Latest Odisha News

BREAKING NEWS

ପି ଚିଦାମ୍ବରମ୍ ଗଲେ ତିହାର ଜେଲ୍, ୧୯ ତାରିଖ ଯାଏଁ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପୁଣି ମିଳିଛି ଝଟକା । ଏବେ ସିବିଆଇ ହେପାଜତରେ ରହିଥିବା ଚିଦାମ୍ବରମଙ୍କୁ ଶେଷରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ । ସେଠାରେ ଏହି ମାମଲାରେ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯିବ ବୋଲି ଏଏନଆଇ ସୂତ୍ରରୁ ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ତିହାର ଜେଲର ଜେଲ୍ ନଂ ୭ରେ ରହିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ ।

ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କ ଲାଗି ଓକିଲ ରହିଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ୍ ଯୁକ୍ତି ଦର୍ଶାଇ କହିଥିଲେ ଯେ, ତାଙ୍କର ମହକିଲ ଇଡ଼ି କିମ୍ବା ସିବିଆଇ ସାମ୍ନାକୁ ଯିବାକୁ ସବୁବେଳେ ପ୍ରସ୍ତୁତ କିନ୍ତୁ କ’ଣ ପାଇଁ ବିଚାର ବିଭାଗୀୟ ହାଜତରେ ରହିବେ । ତାଙ୍କୁ ହାଜତକୁ ପଠାଇବା ଉଚିତ ନୁହେଁ ଏବଂ ଏଥିରେ ଆବଶ୍ୟକତା ହିଁ ନାହିଁ ବୋଲି କପିଲ୍ କହିଥିଲେ ।

ସବୁଠାରୁ ବଡ଼କଥା ହେଲା ଏପର୍ଯ୍ୟନ୍ତ ସିବିଆଇ ହେପାଜତରେ ଚିଦାମ୍ବରମ୍ ୧୫ ଦିନ ରହିସାରିଛନ୍ତି । ଅଦାଲତ ଏନେଇ କହିଛନ୍ତି ଯେ, ଯାଞ୍ଚ କମିଟିକୁ ତଦନ୍ତ କରିବାକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉ ।

Comments are closed.