Latest Odisha News

ଭାରତ ବିରୋଧରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆଣିଲେ ଇଞ୍ଜାମାମ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ଟିମର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ସଳ ସେମିଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଅପରପକ୍ଷରେ ଭାରତ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରି ୨୬ ରନରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ଭାରତୀୟ ବୋଲର ବଲ ଟ୍ୟାମ୍ପରିଂ କରିଥିବା ଅଭିଯୋଗ ପାକିସ୍ତାନର ପୂର୍ବତନ ଖେଳାଳି ଇଞ୍ଜାମାମ ଉଲ ହକ ଆଣିଛନ୍ତି । ପାକିସ୍ତାନର ଏକ ଟିଭି ଶୋରେ ସେ ଏହି ଅଭିଯୋଗ ଆଣିଛନ୍ତି । ମ୍ୟାଚର ୧୫ତମ ଓଭରରେ ବଲ ରିଭର୍ସ ସୁଇଂ କରିବା ସମ୍ଭବପର ନୁହେଁ । ଅର୍ଶଦୀପଙ୍କ ବଲ ରିଭର୍ସ ସୁଇଂ କରୁଥିଲା । ଏହାର ମାନେ ବଲ ଟ୍ୟାମ୍ପରିଂ କରାଯାଇଛି ।

ସଲିମ ମଲିକ ମଧ୍ୟ ଇଞ୍ଜାମାମଙ୍କ ଅଭିଯୋଗକୁ ସମର୍ଥନ କରିଥିଲେ । ସେ କହିଥିଲେ ଯଦି ପାକିସ୍ତାନ ବୋଲରଙ୍କ ବଲ ରିଭର୍ସ ସୁଇଂ କରିଥାନ୍ତା ତେବେ ଏହା ଆଲୋଚନାର ବିଷୟ ହୋଇଥାନ୍ତା । ଭାରତ କଥା ପଡିଲା ମାତ୍ରେ ସମସ୍ତେ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି । ପାକିସ୍ତାନର ଏହି ଦୁଇ ପୂର୍ବତନ କ୍ରିକେଟରଙ୍କ ଏ ଭଳି ଦାୟିତ୍ୱହୀନ ବୟାନକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି ।

Comments are closed.