Latest Odisha News

BREAKING NEWS

ରୋହିତଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ, କଟାକ୍ଷ କଲା ବିଜେପି

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ମୋଟା କହି ତାତ୍ସଲ୍ୟ କଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ । ସୋସିଆଲ ମିଡିଆରେ ହେଲେ ଟ୍ରୋଲ୍ । ରୋହିତ ଶର୍ମାଙ୍କ ଉପରେ ତାଙ୍କର ମନ୍ତବ୍ୟ ପାଇଁ କ୍ରିକେଟ୍ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ଏବେ ତାଙ୍କୁ ସମାଲୋଚନା କରୁଛନ୍ତି । ଜୋରଦାର୍ ସମାଲୋଚନା ପରେ ଏବେ ସଫେଇ ଦେଇଛନ୍ତି ଶାମା । ହେଲେ ତଥାପି ଥମିନି ବିବାଦ ।

ତେବେ ରବିବାର ଚାମ୍ପିଅନ୍ସ ଟ୍ରଫିରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଭାରତର ପ୍ରଦଣ୍ଶନ ନେଇ, ଶାମା ମହମ୍ମଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାରତୀୟ କ୍ରିକେଟ ଟିମ୍ କ୍ୟାପେଟେନ୍ ରୋହିତ୍ ଶର୍ମାଙ୍କ ମୋଟାପଣ ନେଇ ମଜା ଉଡାଇଥିଲେ । ସେ ଲେଖିଥିଲେ, ରୋହିତ ଶର୍ମା ଜଣେ ଖେଳାଳି ଭାବରେ ମୋଟା । ତାଙ୍କୁ ଓଜନ ହ୍ରାସ କରିବାକୁ ପଡିବ । ନିସନ୍ଦେହ ଯେ, ସେ ଭାରତର ସବୁଠାରୁ ପ୍ରଭାବହୀନ ଅଧିନାୟକ ।

ଶମାଙ୍କ ଏଭଳି ମନ୍ତବ୍ୟକୁ ନେଇ ପୂରା ଉଠିଥିଲା ପଡିଥିଲା ସୋସିଆଲ ମିଡିଆ । ଶମାଙ୍କ ଏହି ମନ୍ତବ୍ୟ ଉପରେ ଯେତେବେଳେ ଜଣେ ପାକିସ୍ତାନୀ ସାମ୍ବାଦିକ ରୋହିତ ଶର୍ମାଙ୍କୁ ବିଶ୍ୱସ୍ତରୀୟ ପ୍ରଦର୍ଶନକାରୀ ବୋଲି ସମ୍ବୋଧନ କରିଥିଲେ, ଯାହାର ଉତ୍ତରରେ ଶମା କହିଥିଲେ, ଗାଙ୍ଗୁଲି, ତେନ୍ଦୁଲକର, ଦ୍ରାବିଡ, ଧୋନୀ, କୋହଲି, କପିଲ ଦେବ, ଶାସ୍ତ୍ରୀଙ୍କ ପରି ପୂର୍ବତନ ଅଧିନାୟକଙ୍କ ତୁଳନାରେ ରୋହିତଙ୍କ ଭିତରେ ଏମିତି ବିଶ୍ୱସ୍ତରୀୟ କ’ଣ?’ ଜଣେ ସାଧାରଣ ଅଧିନାୟକ ହେବା ବ୍ୟତୀତ, ସେ ଜଣେ ସାଧାରଣ ଖେଳାଳି ମଧ୍ୟ ଯିଏ ଭାରତର ଅଧିନାୟକ ହେବାର ସୌଭାଗ୍ୟ ପାଇଛନ୍ତି ।

ଯାହାକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ଶମାଙ୍କୁ ସମାଲୋଚନା କରିଛନ୍ତି । ସୋସିଆଲ ମିଡିଆରେ ଶମାଙ୍କ ମନ୍ତବ୍ୟ ଆସିବା ମାତ୍ରେ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ତାଙ୍କୁ ତୀବ୍ର ସମାଲୋଚନା କରି ଅଧିନାୟଭ ଭାବେ ରୋହିତଙ୍କ ରେକର୍ଡ ଗଣାଇଥିଲେ । ସେପଟେ ଏହାକୁ ନେଇ ବିଜେପି ମଧ୍ୟ କଂଗ୍ରେସ ନେତ୍ରୀଙ୍କୁ କଟାକ୍ଷ କରିଛି । ଶମାଙ୍କ ମନ୍ତବ୍ୟରେ, କଂଗ୍ରେସ ଏବେ ରାହୁଲ ଗାନ୍ଧୀଙ୍କୁ କ୍ରିକେଟ୍ ପଡ଼ିଆକୁ ଆଣିବାକୁ ଚାହୁଁଛି କି? ବୋଲି ପ୍ରଶ୍ନ କରିଛନ୍ତି, ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ । ଏଥିସହିତ କଂଗ୍ରେସ ନେତ୍ରୀଙ୍କ ଏଭଳି ବୟାନ, ଦେଶଭକ୍ତଙ୍କ ପ୍ରତି ଅପମାନ ବୋଲି କହିଛନ୍ତି । ସେହିପରି, ଇଣ୍ଡିଆ ମେଣ୍ଟ, ଶିବସେନା (ୟୁବିଟି)ର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଶମା ମହମ୍ମଦଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି । ରୋହିତଙ୍କ ଓଜନ ନୁହେଁ, ସେ ଭାରତୀୟ ଦଳକୁ ନୂତନ ଉଚ୍ଚତାରେ ପହଞ୍ଚାଇଛନ୍ତି । ସେମାନଙ୍କର ପ୍ରତିବଦ୍ଧତା ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କହି ସେ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି  ।

ସେପଟେ ଶମାଙ୍କ ମନ୍ତବ୍ୟଗୁଡ଼ିକୁ ନେଇ ବିବାଦ ବଢ଼ିଲା ପରେ ଶମା ଏନେଇ ସମସ୍ତ ପୋଷ୍ଟ ଡିଲିଟ୍ କରି, ଏହା ଉପରେ ସଫେଇ ଦେଇଛନ୍ତି । ସେ କହିଛନ୍ତି, ଏହା ଖେଳାଳିଙ୍କ ଫିଟନେସ୍ ସମ୍ପର୍କରେ ଏକ ସାଧାରଣ ଟ୍ୱିଟ୍ ଥିଲା । ଏହା କାହାକୁ ବଡି ସେମିଙ୍ଗ ନଥିଲା । ମୁଁ ଭାବୁଥିଲି ତାଙ୍କର ଓଜନ ଅଧିକ ଥିଲା, ସେଥିପାଇଁ ଟ୍ୱିଟ୍ କରିଥିଲି । କୌଣସି କାରଣ ବିନା ମୋତେ ଟାର୍ଗେଟ କରାଯାଉଛି । ଗଣତନ୍ତ୍ରରେ କହିବାର ଅଧିକାର ଅଛି । ମୁଁ କେବଳ ମୋର କଥା ଉପସ୍ଥାପନ କରିଛି । ଯେତେବେଳେ ତାଙ୍କୁ ପୂର୍ବତନ ଅଧିନାୟକମାନଙ୍କ ସହିତ ତୁଳନା କଲି, ଏହାକୁ ମଧ୍ୟ ଭୁଲ ଭାବରେ ନିଆଯାଇଥିଲା । ମୁଁ କହିବାକୁ ଚାହୁଁଥିଲି ଯେ, ବିରାଟ କୋହଲିଙ୍କୁ ଦେଖନ୍ତୁ…. । ସେ ତାଙ୍କ ସାଥୀ ଖେଳାଳିମାନଙ୍କୁ କିପରି ଉତ୍ସାହିତ କରନ୍ତି । ଯେତେବେଳେ ଭାରତୀୟ ଦଳ ପାକିସ୍ତାନ ଠାରୁ ମ୍ୟାଚ୍ ହାରିଗଲା, ଅନେକ ଲୋକ ମହମ୍ମଦ ଶାମିଙ୍କୁ ଟାର୍ଗେଟ କରୁଥିଲେ । ସେହି ସମୟରେ ବିରାଟ କୋହଲି ଶାମିଙ୍କ ସହିତ ଠିଆ ହୋଇଥିଲେ ବୋଲି କହି ସଫେଇ ଦେଇଛନ୍ତି ଶମା ।

Comments are closed.