Latest Odisha News

ସ୍କୁଲ୍‌ ସ୍ତରରୁ ଅଲମ୍ପିକ୍‌ ପ୍ରସ୍ତୁତି : ଦେଶରେ ଆହୁରି ମଜଭୁତ ହେବ ଅଲମ୍ପିକ ଆନ୍ଦୋଳନ

ଭୁବନେଶ୍ୱର:  ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ୱାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି)ର ଶୁଭାରମ୍ଭ ହୋଇଛି । ଯାହାକୁ ପ୍ରଶଂସା କରିଛନ୍ତି ନିତା ଅମ୍ବାନି । ଓଭିଇପିରେ ଶିକ୍ଷା ଓ କ୍ରୀଡ଼ାର ସମନ୍ୱୟ ରହିଛି ଯାହା ଅଲମ୍ପିଜିମର ମୂଲ୍ୟବୋଧକୁ ଦର୍ଶାଇଥାଏ । ଓଭିଇପି ହେଉଛି ଏକ ସମ୍ବଳର ଏକ ପ୍ରାକ୍ଟିକାଲ୍ ସେଟ୍ ଯାହାକୁ ଆଇଓସି ଦ୍ୱାରା ଡିଜାଇନ୍ କରାଯାଇଛି । ଏହାଦ୍ୱାରା ନବ ପ୍ରତିଭା ମାନେ ଅଲମ୍ପିକର ମୂଲ୍ୟବୋଧ ବିଷୟରେ ଅବଗତ ହୋଇପାରିବେ, ସମ୍ମାନ ଓ ବନ୍ଧୁତାକୁ ବୃଦ୍ଧି କରିପାରିବେ ।

ଏହି ପ୍ରୋଗ୍ରାମ ମାଧ୍ୟମରେ ମୂଲ୍ୟଭିତ୍ତିକ ପାଠ୍ୟକ୍ରମକୁ ପ୍ରସାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଯଦ୍ୱାରା ପିଲାମାନେ ସକ୍ରିୟ, ସୁସ୍ଥ ଓ ଦାୟିତ୍ୱସମ୍ପର୍ଣ୍ଣ ନାଗରିକ ହୋଇପାରିବେ । ଭାରତର ଅଲମ୍ପିକ ଆନ୍ଦୋଳନରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ଓଭିଇପିର ଶୁଭାରମ୍ଭ ସହିତ ସମ୍ମାନଜନକ ଆଇଓସି ୨୦୨୩ ସେସନର ପ୍ରସ୍ତୁତ କରାଯାଇଛି ।

ଚଳିତ ବର୍ଷର ପ୍ରାରମ୍ଭରେ, ଶ୍ରୀମତୀ ଅମ୍ବା ୨୦୨୩ରେ ଆଇଓସି ସେସନର ଆୟୋଜନ କରିବା ପାଇଁ ଭାରତୀୟ ପ୍ରତିନିଧିମାନଙ୍କର ନେତୃତ୍ୱ ନେଇଥିଲେ । ଯେଉଁଠାରେ ଭାରତକୁ ପ୍ରାୟତଃ ସର୍ବସମ୍ମତିକ୍ରମେ ଏହି ଅଧିକାରକୁ ୪୦ ବର୍ଷର ବ୍ୟବଧାନ ପରେ ପ୍ରଦାନ କରାଯାଇଛି । ଭାରତରେ ଆଇଓସି ସେସନ୍ ଭାରତୀୟ କ୍ରୀଡ଼ା ଇତିହାସରେ ଏକ ନୂତନ ଯୁଗର ଆରମ୍ଭ କରିଛି ଯାହାକି ଭାରତର ଅଲଟିମେଟ୍ ଅଲମ୍ପିକ ଅଭିଳାଷକୁ ଅନୁପ୍ରେରିତ କରୁଛି ।

ଦେଶରେ ଉପଯୁକ୍ତ କ୍ରୀଡ଼ା ଇକୋସିଷ୍ଟମ ସହିତ ଏହା ଦେଶର ଯୁବ ପ୍ରତିଭାମାନଙ୍କୁ ସଶକ୍ତ କରିବ ଓ ଏହା ସହିତ ସେମାନଙ୍କର ଦକ୍ଷତାର ବିକାଶ ହୋଇପାରିବ । ଶ୍ରୀମତୀ ଅମ୍ବାନି ବହୁମୁଖୀ ଅଲମ୍ପିକ୍ ମୁଭମେଣ୍ଟ କମିଶନ ଓ ଓଭିଇପିର ଏକ ଅଂଶ ଯାହା ଅଲମ୍ପିକ ଶିକ୍ଷା ଅନ୍ତର୍ଗତ ଆସିଥାଏ । ଯାହାକି ତାଙ୍କର ଅତ୍ୟନ୍ତ ପ୍ରିୟ ଓ ଏହା ପିଲାମାନଙ୍କ ମଧ୍ୟରେ ଅଲମ୍ପିକ ମୂଲ୍ୟବୋଧକୁ ସାମିଲ୍ କରିଥାଏ ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆନନ୍ଦ ପ୍ରକାଶ କରି, ଆଇଓସି ସଦସ୍ୟ ନିତା ଅମ୍ବାନି କହିଛନ୍ତି ଯେ ‘ଆମର ସ୍କୁଲରେ ୨୫୦ ନିୟୁତ ପିଲାମାନେ ରହିଛନ୍ତି । ଯାହାଙ୍କ ନିକଟରେ ଅତୁଳନୀୟ ପ୍ରତିଭା ଓ ସମ୍ଭାବନା ରହିଛି ।  ବିଶ୍ୱର ମାତ୍ର ଅଳ୍ପ କିଛି ପିଲାମାନେ ଅଲମ୍ପିକରେ ସାମିଲ୍ ହୋଇଥାନ୍ତି କିନ୍ତୁ ଏହି ଅଲମ୍ପିକ ଆନ୍ଦୋଳନରେ ସମସ୍ତ ପିଲାମାନେ ସାମିଲ୍ ହେବା ସହିତ ଅଂଶଗ୍ରହଣ କରିବା ଉଚିତ୍ । ଏହା ହେଉଛି ଓଭିଇପିର ଲକ୍ଷ୍ୟ ।

Leave A Reply

Your email address will not be published.