Latest Odisha News

BREAKING NEWS

ପୁଟିନଙ୍କୁ ହତ୍ୟା ଉଦ୍ୟମ ବିଫଳ; ପୂର୍ବରୁ ହୋଇଛି ୫ ଥର ଆକ୍ରମଣ

ଭୁବନେଶ୍ୱର: ହତ୍ୟାରୁ ବଞ୍ଚିଯାଇଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ବେଳେ ପୁଟିନଙ୍କ ଉପରକୁ ସାଂଘାତିକ ଆକ୍ରମଣ ହୋଇଥିଲା । ଲକ୍ଷ ନିକଟରୁ ଫେରିଆସଛି ମୃତ୍ୟୁ । କୋକେସସ ଗସ୍ତ ବେଳେ ପୁଟନିଙ୍କୁ ଟାର୍ଗେଟ କରାଯାଇଥିଲା । କିନ୍ତୁ ଗତ ୫ ଥର ଭଳି ଏଥର ବି ବର୍ତ୍ତି ଯାଇଛନ୍ତି ପୁଟିନ୍ ।

ୟୁକ୍ରେନ ଡିଫେନ୍ସ ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଲୋ ବୁଡାନୋଭ ଏହି ରହସ୍ୟ ଉନ୍ମୋଚନ କରିଛନ୍ତି । ଋଷିଆ-ୟୁକ୍ରେନ ଯୁଦ୍ଧ ହେବାର ଅଳ୍ପ ଦିନ ପରେ ହିଁ ଏହି ଆକ୍ରମଣ ହୋଇଥିଲା । ଏହା ରହସ୍ୟ ହୋଇ ରହିଥିଲା । ଏପରିକି ଏହି ସମୟରେ ବୁଡାନୋଭଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସେ କହିଛନ୍ତି । ଏବେ ଘଟଣା ସଂପର୍କରେ ବୁଡାନୋଭ ସ୍ପଷ୍ଟ କରିଛନ୍ତ ।

ତେବେ ଏହି ଘଟଣାର ସତ୍ୟତା ଯାଞ୍ଚ ହେଉଥିଲେ ବି ବୁଡାନୋଭଙ୍କ କଥାକୁ ୟୁକ୍ରେନସ୍କା ପ୍ରାଭଦା ଖବର ପ୍ରକାଶ କରିଛି । ପୁଟିନଙ୍କ ଆବଡୋମେନ୍ ସର୍ଜରୀ ସରିବା ପରେ ଏହି ଖବରଟି ପଦାକୁ ଆସିଛି । ପୁଟିନଙ୍କୁ ବ୍ଲଡ କ୍ୟାନ୍ସର ହୋଇଛି ବୋଲି ପୂର୍ବରୁ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ଫୋନ କଲ ରେକର୍ଡିଂ ରୁ ଶୁଣିବାକୁ ମିଳିଥିଲା ।

Leave A Reply

Your email address will not be published.