ନୂଆଦିଲ୍ଲୀ: ଆଭ୍ୟନ୍ତରୀଣ ବିବାଦ ଓ ପ୍ରଶାସନିକ ହସ୍ତକ୍ଷେପ ସମସ୍ୟାକୁ ସମାଧାନ କରିଥିବାରୁ ଭାରତୀୟ ଅଲିମ୍ପିକ ସଂଘକୁ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଫଣ୍ଡ ଦେବା ଆରମ୍ଭ କରିଛି । ବର୍ଷକ ତଳେ ପାଖାପାଖି ୧୫ କୋଟି ଟଙ୍କାର ବାର୍ଷିତ ଅନୁଦାନ ଆଇଓସି ପକ୍ଷରୁ ରୋକା ଯାଇଥିଲା । ଆଇଓଏ ରଘୁରାମ ଆୟାରଙ୍କ ନିଯୁକ୍ତିକୁ ମଂଜୁରୀ ପ୍ରଦାନ କରି ନ ଥିଲା । ବିବାଦ ସୃଷ୍ଟି ହେବା ପରେ କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡୱିୟଙ୍କ ହସ୍ତକ୍ଷେପ ପରେ ଚଳିତ ବର୍ଷ ୨୪ ଜୁଲାଇରେ ଆଇଓଏ ଅଧ୍ୟକ୍ଷ ପିଟି ଉଷା ଓ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ଫଳରେ ଏହି ବିବାଦର ଅନ୍ତ ଘଟିଥିଲା ।
ଆଇଓସି ଅଧିକାରୀ ଜେମ୍ସ ମ୍ୟାକଲୟେଡ ବିଧିବଦ୍ଧ ଭାବେ ଆଇଓଏ ଅଧ୍ୟକ୍ଷ ପିଟି ଉଷାଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବିବାଦ ଓ ପ୍ରଶାସନିକ ସମସ୍ୟାର ସମାଧାନ ପାଇଁ ଆପଣ ଉଠାଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ । ଏହି ଅବସରରେ ଅୟରଙ୍କ ନିଯୁକ୍ତିକୁ ସେ ବୈଧ ବୋଲି ମଧ୍ୟ କହିଛନ୍ତି । ଆଗକୁ ଆଇଓସି ଆପଣଙ୍କ ବକେୟା ଅର୍ଥ ପର୍ଯ୍ୟାକ୍ରମେ ପୈଠ କରିବ ବୋଲି ମ୍ୟାକଲୟଡ କହିଛନ୍ତି । ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ପାଇଁ ସଫଳତାର ସହ ବୈଠକର ଆୟୋଜିତ କରାଯାଇଥିଲା ।
Comments are closed.