Latest Odisha News

BREAKING NEWS

ଦିଲ୍ଲୀରୁ ମୁମ୍ବାଇ iPHONE 17 ପାଇଁ କ୍ରେଜ: କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ବାଡିଆ ପିଟା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାରା ବିଶ୍ୱରେ iPhonesର କେତେ କ୍ରେଜ୍ ତାହା ସମସ୍ତଙ୍କୁ ଜଣା। ଆଉ ଏବେ ଆପଲ୍ ବହୁ ପ୍ରତୀକ୍ଷିତ ଆଇଫୋନ୍-୧୭ ଲଞ୍ଚ କରିଛି। ଯାହାକୁ ନେଇ ଭାରତରେ ମଧ୍ୟ କ୍ରେଜ୍ ଦେଖିବାକୁ ମିଳିଛି। ଆଇଫୋନ୍ ୧୭ ସିରିଜ୍ ପାଇଁ ପାଗଳ ହେଉଛନ୍ତି ଲୋକେ । ଦିଲ୍ଲୀରୁ ମୁମ୍ବାଇ ଯାଏ ଆଇଫୋନ୍ ୧୭ କ୍ରେଜ୍ । ଆପଲ୍ ଷ୍ଟୋର୍ ଆଗରେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଛନ୍ତି ଗ୍ରାହକ। ଆଜି ଷ୍ଟୋରରୁ ଆଇଫୋନ୍ ୧୭କୁ କିଣିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କେବଳ ଭିଡ ନୁହେଁ ଆଇଫୋନ୍ ପାଇଁ ଗ୍ରାହକଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ନଜର ଆସିଛି।

ଆଇଫୋନ୍‌ ୧୭ ଏବେ ସମସ୍ତଙ୍କୁ କମିଆ କରିଛି । ରାତି ଅଧରୁ ମଲ୍‌ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଗ୍ରାହକ। ଏହି ଆଇଫୋନ୍ ମାନିଆ ଦେଖିବାକୁ ମିଳିଛି ଦିଲ୍ଲୀ ଓ ମୁମ୍ବାଇରେ। ଶହ ଶହ ସଂଖ୍ୟାରେ ଗ୍ରାହକ ଫୋନ୍ କିଣିବାକୁ ରାତି ଅଧରୁ ଅପେକ୍ଷା କରି ରହିଛନ୍ତି। ଏହି ସମୟରେ କିଛି ଲୋକ ଝଗଡ଼ା ଆରମ୍ଭ କରିଦେଇଥିଲେ। ଏତିକି ହିଁ ନୁହେଁ ମାରପିଟ୍‌ ମଧ୍ୟ ହୋଇଥିଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

୯ ସେପ୍ଟେମ୍ବରରେ ଆପଲର ଆଇଫୋନ ୧୭, ଆଇଫୋନ ୧୭ ପ୍ରୋ, ଆଇଫୋନ ୧୭ ପ୍ରୋ ମ୍ୟାକ୍ସ ଏବଂ ଆଇଫୋନ ଏୟାର ଲଞ୍ଚ ହୋଇଥିଲା ଏବଂ ଆଜି ୧୯ ସେପ୍ଟେମ୍ବରରେ ଆଇଫୋନ ୧୭ ସିରିଜ ବିକ୍ରି ଆରମ୍ଭ ହୋଇଛି। ଆପଲର ନୂତନତମ ଫୋନ୍ କିଣିବା ପାଇଁ ବହୁ ସଂଖ୍ୟକ ଲୋକ ଆସୁଛନ୍ତି। ଫୋନ୍ କିଣିବାକୁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ତେଣୁ ଫୋନ୍ କିଣିବା ପାଇଁ ବିଳମ୍ୱିତ ରାତିରୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ପୁନେରେ ଆପେଲ୍ ଷ୍ଟୋର ବାହାରେ ଲମ୍ବା ଲାଇନ୍ ଛିଡ଼ା ହୋଇଛନ୍ତି ଲୋକେ। ସବୁଠି ଗ୍ରାହାକଙ୍କ ଭିଡ଼ ଦେଖିବାକୁ ମିଳିଛି। ମୁମ୍ବାଇରେ ଷ୍ଟୋର ବାହାରେ ଗ୍ରାହକଙ୍କ ମଧ୍ୟରେ ଧସ୍ତାଧସ୍ତି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

Comments are closed.