Latest Odisha News

BREAKING NEWS

ଆଇପିଏଲ ଭାଷ୍ୟକାର ତାଲିକାରେ ସଞ୍ଜୟ ମଂଜ୍ରେରକରଙ୍କ ନାମ ନାହିଁ !

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୦ ସଂସ୍କରଣ ପାଇଁ ଭାଷ୍ୟକାରଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସିନିୟର ଭାଷ୍ୟକାର ସଞ୍ଜୟ ମଂଜ୍ରେକରଙ୍କ ନାମ ନାହିଁ । ସେପ୍ଟେମ୍ବର ୧୯ରୁ ଆଇପିଏଲ ୟୁଏଇରେ ଆରମ୍ଭ ହେବ । ଦୁବାଇ ଓ ଆବୁଧାବିରେ ୨୧ ଲେଖାଏଁ ଏବଂ ଶାରଜାରେ ୧୪ ମ୍ୟାଚ ଖେଳାଯିବ । ମଂଜ୍ରେକରଙ୍କ ନାମ କାହିଁକି ନାହିଁ ଏହାର କୌଣସି କାରଣ ଦର୍ଶାଯାଇ ନାହିଁ । ସବୁଠାରୁ ବଡ କଥା ସୁନୀଲ ଗାଭାସ୍କର ଓ ତାଙ୍କ ପୁଅ ରୋହନଙ୍କ ନାମ ଏଥିରେ ରହିଛି ।

ମୁମ୍ବାଇ ମିରରରେ ପ୍ରକାଶିତ ଖବର ଅନୁସାରେ ସୁନୀଲ ଗାଭସ୍କର, ଏଲ.ଶିବରାମକ୍ରିଷ୍ଣନ, ମୂରଲୀ କାର୍ତିକ, ଦୀପଦାସଗୁପ୍ତା, ରୋହନ ଗାଭାସ୍କର, ହର୍ଷ ଭୋଗଲେ ଓ ଅଞ୍ଜୁମ ଚୋପ୍ରାଙ୍କ ନାମ ରହିଛି । ୨୦୦୮ରୁ ମଂଜ୍ରେକର କ୍ରମାଗତ ଭାବେ ଭାଷ୍ୟକାର ପ୍ୟାନେଲରେ ରହି ଆସିଥିଲେ । ବିସିସିଆଇ ସହିତ ମଂଜ୍ରେକରଙ୍କ ସମ୍ପର୍କ ଭଲ ନ ଥିବାରୁ ବୋର୍ଡ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.