ନୂଆଦିଲ୍ଲୀ : କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, କରୋନୋ ଭାଇରସ୍ ଏବେ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଦେଶରେ ଯଦି କୌଣସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଏ, ତେବେ ଏହାକୁ ବନ୍ଦ ଦ୍ୱାର ମଧ୍ୟରେ କରିବାକୁ ପଡିବ। ଏହାସହିତ ଦର୍ଶକଙ୍କ ବିନା ଏହି ମ୍ୟାଚ୍ ଖେଳାଯିବା ଉଚିତ୍ । ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ଯଦି ବିସିସିଆଇ ଆଇପିଏଲ୍ ଆୟୋଜନ କରେ, ତେବେ ଦର୍ଶକଙ୍କ ବିନା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ହେବ । ଶନିବାର ଏ ନେଇ ଚୂଡାନ୍ତ ନିଷ୍ପତି ନିଆଯିବ ।
କ୍ରୀଡ଼ା ସଚିବ ରାଧେ ଶ୍ୟାମ ଜୁଲାନିଆ କହିଛନ୍ତି ଯେ, ’ବିସିସିଆଇ ସମେତ ସମସ୍ତ ଜାତୀୟ କ୍ରୀଡ଼ା ସଙ୍ଗଠନକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ନିର୍ଦ୍ଦେଶାବଳୀ ଏବଂ ପରାମର୍ଶ ପାଳନ କରିବାକୁ କୁହାଯାଇଛି। କୌଣସି ସାଧାରଣ ସଭାକୁ ଏଡ଼ାଇବାକୁ ଆମେ ସେମାନଙ୍କୁ ମଧ୍ୟ କହିଛୁ ଏବଂ ଯଦି କୌଣସି କ୍ରୀଡା ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଏ, ତେବେ ବନ୍ଦ ଦ୍ୱାର ମଧ୍ୟରେ ଥିବା ଖାଲି ଷ୍ଟାଡିୟମରେ ଏହା କରାଯିବା ଉଚିତ୍ ବୋଲି ସେ କହିଛନ୍ତି।
Comments are closed.