Latest Odisha News

BREAKING NEWS

ୟେଲୋ ଜର୍ସିରେ CSK ଟାଇଗର, ଧୋନୀ, ୱାଟସନ୍‌ଙ୍କ ପାୱାର ପ୍ୟାକ୍‌ଡ୍ ଡ୍ୟାନ୍ସ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟର ପାୱାରଫୁଲ ଟିମ୍ । ହଳିଦିଆ ଜର୍ସିରେ ଚେନ୍ନାଇ ଟାଇଗର । ଆଇପିଏଲ୍ ମହାଲଢ଼େଇ ପୂର୍ବରୁ ରିଲିଜ ହୋଇଛି ଚେନ୍ନାଇ ସୁପରକିଙ୍ଗସ୍‌ର ଜର୍ସି । ହଳଦିଆ ଜର୍ସିରେ ପାୱାର ପ୍ୟାକ୍‌ଡ ପରଫରମାନ୍ସ । କଲର ଉଠାଇ, ଚଷମା ହଲାଇ ଆଇପିଏଲ୍ ପାଇଁ ପୁରା ରେଡି ଟିମ୍ ଚେନ୍ନାଇ ।

ପୁରାପୁରି ହଳଦିଆ ରଙ୍ଗରେ ରଙ୍ଗୀନ ଧୋନୀ, ଜାଡେଜା, ଡୁପ୍ଲେସିସି ଆଉ କେଦାର ଯାଦବ । ଟିମ୍ ପ୍ଲେୟର ସେନ୍ ୱାଟସର୍ନ ଓ ମୁରଲି ବିଜୟଙ୍କ ଡ୍ୟାନ୍ସ ମୁଭରେ ପାଗଳ ସିଏସ୍‌କେ ଫ୍ୟାନ୍ସ ।

ସୂଚନାଯୋଗ୍ୟ ଯେ, ଆସନ୍ତା ୧୯ ତାରିଖରେ ଆଇପିଏଲ୍ ଉଦ୍‌ଘାଟନୀ ମ୍ୟାଚ୍ ରହିଛି । ଆଉ ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ । ତେବେ ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ୍‌ର ଜର୍ସି ଆଜି ରିଲିଜ ହୋଇଛି ।

Leave A Reply

Your email address will not be published.