Latest Odisha News

BREAKING NEWS

ଆଇପିଏଲ ୨୦୨୦: ଆସିଲା ସମ୍ପୂର୍ଣ୍ଣ କ୍ରୀଡାସୂଚୀ

ନୂଆଦିଲ୍ଲୀ: ଭାରତୀୟ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୦ର ନୂଆ କାର୍ଯ୍ୟସୂଚୀ ରବିବାର ଦିନ ଜାରି କରାଯାଇଛି ।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ସୂଚନାନୁଯାୟୀ ଟୁର୍ଣ୍ଣାମେଣ୍ଟର ପ୍ରଥମ ବ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବି ଠାରେ ଖେଳାଯିବ ।

ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ରାତି ୭ଟା ୩୦ମି.ରେ ଖେଳାଯିବ । ଏହାପରେ ସେପ୍ଟେମ୍ବର ୨୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ହେବ ।

ବର୍ତ୍ତମାନ ସମୟରେ କେବଳ କ୍ରୀଡା ସୂଚୀ ଜାରି କରାଯାଇଥିବା ବେଳେ ପ୍ଲେଅଫ୍ ତାରିଖ ମଇଦାନ ସମ୍ପର୍କରେ ଘୋଷଣା କରିଯାଇ ନାହିଁ ।

ଆଇପିଏଲର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ ତାରିଖରେ ଆରମ୍ଭ ହେବ । ଏହାଛଡା ଫାଇନାଲ୍ ମୁକାବିଲା ନଭେମ୍ବର ୧୦ ତାରିଖରେ ଆୟୋଜିତ ହେବ ।

Leave A Reply

Your email address will not be published.