Latest Odisha News

BREAKING NEWS

ଉଦ୍ଧବଙ୍କୁ ଦାଉଦଙ୍କ ଧମକ, ମାତୋଶ୍ରୀକୁ ଉଡାଇଦେବୁ !

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦାଉଦ ଇବ୍ରାହିମ ପକ୍ଷରୁ ଧମକ ମିଳିଛି । ସତରେ ଦାଉଦ ଏହି ଧମକ ଦେଇଛନ୍ତି କି ତାଙ୍କ ନାମରେ ଏଭଳି କାର୍ଯ୍ୟ କିଏ କରିଛି ତାହା ଜଣା ପଡି ନାହିଁ । ଶନିବାର ରାତିରେ ଉଦ୍ଧବ ରହୁଥିବା ଘର ମାତୋଶ୍ରୀକୁ ଏହି ଫୋନ୍ କଲ ଆସିଛି। ଲ୍ୟାଣ୍ଡ ଲାଇନ ଫୋନ୍‌କୁ ପ୍ରାୟ ୪ ଥର ଏହି କଲ ଆସିଥିବା ଉଦ୍ଧବ କହିଛନ୍ତି । ଦୁବାଇର ଏକ ନମ୍ବରରୁ ଏହି ଫୋନ କଲ ଆସିଥିବା ଉଦ୍ଧବ କହିଛନ୍ତି ।

ସୂଚନା ମୁତାବକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାନ୍ଦ୍ରା ସ୍ଥିତ ଘର ମାତୋଶ୍ରୀକୁ ବମ୍ ପକାଇ ଉଡାଇ ଦେବାକୁ ଧମକ ମିଳିଛି । ଧମକପୂର୍ଣ୍ଣ ଫୋନ କଲ ଆସିବା ପରେ ମାତୋଶ୍ରୀର ସୁରକ୍ଷାକୁ ବଢାଇ ଦିଆଯାଇଛି । ଦାଉଦର ନାଁ ନେଇ କେହି ଜଣେ ବ୍ୟକ୍ତି ଉଦ୍ଧବଙ୍କୁ ଧମକ ଦେଇଥିବା ନିଜେ ଉଦ୍ଧବ କହିଛନ୍ତି । ଏହି ମାମଲାର ତଦନ୍ତ ମୁମ୍ବାଇ କ୍ରାଇମ ବ୍ରାଞ୍ଚ କରୁଛି ।

Leave A Reply

Your email address will not be published.