Latest Odisha News

BREAKING NEWS

IPL 2021- ପ୍ରଥମ ମ୍ୟାଚ୍ ହାରିବା ପରେ ଧୋନିଙ୍କ ଉପରେ କାହିଁକି ଲାଗିଲା ଜରିମାନା ?

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ ୧୪ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରିବା ପରେ ଦଳକୁ ଆଉ ଏକ ଝଟକା ଲାଗିଛି । ସ୍ଲୋ ଓଭର୍ ରେଟ୍ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଜରିମାନା କରାଯାଇଛି । ରିପୋର୍ଟ ଅନୁସାରେ, ଧୋନିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି ।

ଆଇପିଏଲ୍ ପରିଚାଳନା କର୍ତ୍ତୃପକ୍ଷ ମ୍ୟାଚର ସମୟକୁ ନେଇ ବହୁତ କୋଠର ଅଛନ୍ତି । ଆଇପିଏଲ୍ ଆରମ୍ଭ ପୂର୍ବରୁ ହିଁ ଘୋଷଣା କରାଯାଇଥିଲା ଯେଉଁ ଟିମ୍ ନିର୍ଦ୍ଧାରିତ ୯୦ ମିନିଟରେ ୨୦ ଓଭର ବୋଲିଂ କରି ପାରିବ ନାହିଁ ତ ଜରିମାନା ଦେବାକୁ ପଡ଼ିବ ।

ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ମ୍ୟାଚରେ ହିଁ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରି ପାରି ନଥିଲା । ସ୍ଲୋ ଓଭର୍ ରେଟ୍ ପାଇଁ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ଏତିକି ନୁହେଁ ଯଦି ଧୋନିଙ୍କ ଟିମ୍ ଚଳିତ ଟୁର୍ଣ୍ଣାମେଣ୍ଟରେ ସମାନ ଭୁଲ୍ ଆଉ ଥରେ କରିବ ତ ଏମ୍.ଏସ୍ ଧୋନିଙ୍କୁ ମ୍ୟାଚରୁ ବାହାରେ ବସିବାକୁ ପଡ଼ିପାରେ ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଧୋନିଙ୍କ ଟିମ୍ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା । କିନ୍ତୁ ବୋଲରଙ୍କ ନୈରାଶଜନକ ପ୍ରଦର୍ଶନ ଯୋଗୁଁ ଚେନ୍ନାଇ ୧୮.୪ ଓଭରରେ ମ୍ୟାଚ୍ ହାରି ଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇକୁ ୭ ୱିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷର ପହଞ୍ଚିଛି ।

Leave A Reply

Your email address will not be published.