Latest Odisha News

BREAKING NEWS

ବାଲୁକା କଳା ମାଧ୍ୟମରେ କୋଭିଡ୍ ଟିକା ନେବାକୁ ଜନ ସଚେତନତା

ପୁରୀ: ଆଜିଠାରୁ ଦେଶରେ ଆରମ୍ଭ ହୋଉଛି ୪ ଦିନିଆ ଟିକା ଉତ୍ସବ । ଏହି ଅବସରରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରାଯାଇଛି । ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ବାଲୁକା କଳାରେ ପ୍ରସ୍ତୁତ କରାଯାଇଛି ସବୁଠାରୁ ବଡ଼ କୋଭିଡ୍ ଟୀକାର ଶିଶି ।

୨୫ ଫୁଟ୍ ଲମ୍ବ ଓ ୭ ଫୁଟ୍ ଓସାରର ଏହି ବାଲୁକା କଳା ମାଧ୍ୟମରେ ସମସ୍ତେ ଟିକାକାରଣ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି । ଏହା ଛଡ଼ା ସଂକ୍ରମଣ ବଢ଼ୁଥିବାରୁ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ପରି ସମସ୍ତ କୋଭିଡ୍ କଟକଣାକୁ ମାନିବା ପାଇଁ ଅନୁରୋଧ କରାଯାଇଛି ବାଲୁକାକଳା ମାଧ୍ୟମରେ ।

Leave A Reply

Your email address will not be published.