Latest Odisha News

BREAKING NEWS

ଆଇପିଏଲ୍ ୨୦୨୨ରେ ଦୁଇଟି ଟିମ୍, ଅହମଦାବାଦ ଓ ଲଖ୍ନୌ

ଦୁବାଇ: ବେଶ କିଛି ଦିନ ଧରି ଆଇପିଏଲ୍ ୨୦୨୨ରେ ଦୁଇଟି ନୂଆ ଟିମ୍ ଖେଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆଇପିଏଲରେ ଦୁଇଟି ନୂଆ ଟିମ୍ ଭାବେ ଅହମଦାବାଦ ଓ ଲଖ୍ନୌ ଫ୍ରାଂଚାଇଜି ସାମିଲ ହୋଇଛନ୍ତି ।

ଆସନ୍ତା ଆଇପିଏଲ୍ ସିଜିନରେ ମଇଦାନକୁ ଓହ୍ଲାଇବେ ଅହମଦାବାଦ ଓ ଲଖ୍ନୌ ଟିମ୍ । ଟିମ୍ ଅହମଦାବାଦ ଫ୍ରାଂଚାଇଜିକୁ ସିଭିସି କ୍ୟାପିଟାଲ୍ ଗ୍ରୁପ ୫ ହଜାର ୬୦୦ କୋଟି ଟଙ୍କାରେ କିଣିଛି । ଅନ୍ୟପଟେ ୭ ହଜାର ୯୦ କୋଟି ଟଙ୍କା ମୂଲ୍ୟରେ ଲଖ୍ନୌ ଟିମର ମାଲିକନା ହାସଲ କରିଛି ଆର.ପି ସଂଜୀବ ଗୋଏଙ୍କା ଗ୍ରୁପ ।

ଦୁବାଇରେ ହୋଇଥିବା ନିଲାମୀରେ ଅଦାନୀ ଗ୍ରୁପ, ଟୋରେଣ୍ଟ ଓ ମାଂଚେଷ୍ଟର ୟୁନାଇଟେଡ୍ ମଧ୍ୟ ଭାଗ ନେଇଥିଲେ । ହେଲେ ସେମାନଙ୍କ ନିଲାମ ଆକଳନ ୫ ହଜାର କୋଟି ଟଙ୍କା ମଧ୍ୟ ପହଂଚି ପାରିନଥିଲା । ଅନ୍ୟପଟେ ସଂଜୀବ ଗୋଏଙ୍କା ଗ୍ରୁପ ଆଇପିଏଲ୍ ଇତିହାସର ସବୁଠୁ ଅଧିକ ଟଙ୍କା ଦେଇ ଲଖ୍ନୌ ଫ୍ରାଂଚାଇଜି ହାସଲ କରିଥିଲେ । ଏହା ପରେ ସିଭିସି କ୍ୟାପିଟାଲ ଗ୍ରୁପ ଅହମଦାବାଦ ଫ୍ରାଂଚାଇଜି କିଣିବାରେ ସମର୍ଥ ହୋଇଥିଲେ ।

Leave A Reply

Your email address will not be published.