Latest Odisha News

ଆଇପିଏଲ: ଷ୍ଟାଡିୟମ ଭିତରକୁ ଏହି ସବୁ ପୋଷ୍ଟର, ବ୍ୟାନର ନେବା ମନା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ଜ୍ୱର କ୍ରିକେଟପ୍ରେମୀଙ୍କ ପାଖରେ ବଢ଼ିବାରେ ଲାଗିଛି । କରୋନା ମହାମାରୀ ପରେ ଷ୍ଟାଡିୟମରେ ଦର୍ଶକ ଏଥର ଏହାକୁ ମନଭରି ଉପଭୋଗ କରିଛନ୍ତି । ତେବେ ରବିବାର ବିସିସିଆଇ ଏବଂ ଆଇପିଏଲ ଆୟୋଜକ କମିଟି ପକ୍ଷରୁ ପ୍ରଶଂସକମାନଙ୍କ କେତେକ ବ୍ୟାନର ଓ ପୋଷ୍ଟର ନେବା ଉପରେ କଟକଣା ଲଗାଯାଇଛି । ରାଜନୈତିକ ମାମଲା ସମ୍ପର୍କୀତ କୌଣସି ପ୍ରକାର ବ୍ୟାନର କିମ୍ବା ପୋଷ୍ଟର ନେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଶେଷ କରି ନାଗରିକତା ସଂଶୋଧନ ଅଧିନିୟମ ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣକୁ ବିରୋଧ କରୁଥିବା ବ୍ୟାନର ଓ ପୋଷ୍ଟର ସମ୍ପୂର୍ଣ୍ଣ ଭାବେ ମନା ।

ସମସ୍ତ ଫ୍ରାଂଚାଇଜଙ୍କୁ ଏହା ଜଣାଯିବା ପରେ ସେମାନେ ମଧ୍ୟ ଏ ନେଇ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଜନଗହଳି ସ୍ଥାନରେ ରାଜନୈତିକ ପାର୍ଟି ସେମାନଙ୍କ ଫାଇଦା ଉଠାଇବା ପାଇଁ ଚାହୁଁଥିବାରୁ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ, ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଶୋଚନୀୟ ଭାବେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ।

Leave A Reply

Your email address will not be published.