Latest Odisha News

BREAKING NEWS

ଗଞ୍ଜେଇ ଧରିବାକୁ ଚଢ଼ାଉ ବେଳେ ମିଳିଲା ଚନ୍ଦନ କାଠ

କୋରାପୁଟ: ଗଞ୍ଜେଇ ଧରିବାକୁ ଧରପଗଡ଼ ବେଳେ ପୋଲିସକୁ ଚନ୍ଦନ କାଠ ମିଳିଛି । ବିଶେଷ ସୂତ୍ରରୁ ଖବର ପାଇଁ ମାଛକୁଣ୍ଡ, ଯଲାପୁଟ ଓ ଲମତାପୁଟ ପୋଲିସ ମିଳିତ ଭାବେ ଖିଲପୁଟ ଗାଁର ଖଗପତି ଖିଲଙ୍କ ଘରେ ଗଞ୍ଜେଇ ଥିବା ଖବର ପାଇ ରେଡ୍ କରିଥିଲେ ।

ହେଲେ ରେଡ୍ ବେଳେ ପୋଲିସକୁ ଗଞ୍ଜେଇ ପରିବର୍ତ୍ତେ ଚନ୍ଦନ କାଠ ମିଳିଥିଲା । ଖଗପତିଙ୍କ ଘରୁ ପୋଲିସ ୩୫ କେଜି ଓଜନର ଚନ୍ଦନ କାଠ ଜବତ କପିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ । ତେବେ ପୋଲିସ ଚଢ଼ାଉ ବେଳେ ଖଗପତି ଖସି ପଳାଇବାରେ ସକ୍ଷମ ହୋଇଛି ।

Leave A Reply

Your email address will not be published.