ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମ ପାଇଁ ଖେଳାଳିଙ୍କ ଶର୍ଟଲିଷ୍ଟ ଜାରୀ କରାଯାଇଛ । ଓଭରାଲ ୧୫୭୪ ଖେଳାଳି ନିଜ ନାମ ରେଜିଷ୍ଟର୍ଡ କରିଥିଲେ । ଏବେ କେବଳ ୫୭୪(୩୬୬ ଭାରତୀୟ, ୨୦୮ ବିଦେଶୀ, ଆସୋସିଏଟ ଦେଶର ୨) ଖେଳାଳିଙ୍କୁ ନିଲାମରେ ସାମିଲ କରାଯିବ । ସାଉଦି ଆରବର ଜେଦାହରେ ୨୪ ଓ ୨୫ ନଭେମ୍ବରେ ଏହି ନିଲାମ ଆୟୋଜିତ ହେବ । ମାଲିକା ସାଗର ଏହାକୁ ପରିଚାଳନା କରିବେ । ୧୦ଟି ଟିମ ନିକଟରେ ୬୪୧ କୋଟି ଟଙ୍କା ବଳକା ରହିଛି । ସେହିପରି ୨୦୪ ଜଣ ଖେଳାଳିଙ୍କୁ ଫ୍ରାଂଚାଇଜରମାନେ କିଣି ପାରିବେ ।
ଭାରତୀୟ ଖେଳାଳିଙ୍କ ମଧ୍ୟରେ ରିଷଭ ପନ୍ତ, କେଏଲ ରାହୁଲ, ମହମ୍ମଦ ସାମୀ, ଶ୍ରେୟାଶ ଆୟାର, ରବିଚନ୍ଦ୍ରନ ଅଶ୍ୱୀନ ଓ ୟୁଜଭେନ୍ଦ୍ର ଚହଲ ୨କୋଟି ବେସ ପ୍ରାଇସରେ ରହିଛନ୍ତି । ସେହିପରି ବିଦେଶୀ ଖେଳାଳିଙ୍କ ମଧ୍ୟରେ ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ଜୋସ ବଟଲର, ଡେଭିଡ ୱାର୍ଣ୍ଣର, ଜେମ୍ସ ଆଣ୍ଡରସନ, ଟ୍ରେଂଟ ବୋଲ୍ଟ, ଫାପ ଡୁ ପ୍ଲେସିଙ୍କ ପରି ଷ୍ଟାର ଓ ଅଭିଜ୍ଞ ଖେଳାଳିଙ୍କୁ ମଧ୍ୟ ଏହି ନିଲାମରେ ସାମିଲ ହେବେ । ପଞ୍ଜାବ କିଙ୍ଗସ ପର୍ସରେ ସର୍ବାଧିକ ୧୧୦.୫ କୋଟି ଟଙ୍କା ରହିଛି । ଦଳ ତାର ପସନ୍ଦର ଖେଳାଳି ନେବା ପାଇଁ ସବୁଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିପାରିବ ।