Latest Odisha News

BREAKING NEWS

ଆଇପିଏଲ ୨୦୨୬: ୱିକେଟ କିପର କାର୍ତିକ ଶର୍ମା ହେଲେ କୋଟିପତି

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ମିନି ଅକ୍ସନରେ ରାଜସ୍ଥାନର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ କାର୍ତିକ ଶର୍ମାଙ୍କ ଭାଗ୍ୟ ଖୋଲିଛି । ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୪.୨୦ କୋଟି ଟଙ୍କାରେ ଦଳରେ ନେଇଛି । କାର୍ତିକଙ୍କ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ଥିଲା । କୋଲକାତା ନାଇଟ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ତାଙ୍କୁ ନେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ଶେଷରେ ଚେନ୍ନାଇ ଏହି ୧୯ ବର୍ଷୀୟ ଯୁବ କ୍ରିକେଟରଙ୍କୁ ଦଳରେ ନେଇଥିଲା । ରାଜସ୍ଥାନ ପକ୍ଷରୁ ସେ ଘରୋଇ କ୍ରିକେଟ ଖେଳନ୍ତି । ସେ ରଣଜୀ ଟ୍ରଫି ଓ ଲିଷ୍ଟ ଏ କ୍ରିକେଟ ପଦାର୍ପଣରେ ଶତକ ମାରିଛନ୍ତି । ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି କାର୍ତିକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଶାନ୍ତ ବୀରଙ୍କୁ ମଧ୍ୟ ଚେନ୍ନାଇ ତାଙ୍କ ବେସ ପ୍ରାଇସର ୪୭ଗୁଣ ଅଧିକରେ କିଣିଛି । ପ୍ରଶାନ୍ତଙ୍କୁ ମଧ୍ୟ ଚେନ୍ନାଇ ୧୪.୨୦ କୋଟିରେ ନେଇଛି । ଚେନ୍ନାଇ ନିକଟରେ ୱିକେଟକିପର ଭାବେ ମହେନ୍ଦ୍ର ସିଂ ଧୋନୀ ଓ ସଞ୍ଜୁ ସାମସନ ରହିଛନ୍ତି ।

Leave A Reply

Your email address will not be published.