Latest Odisha News

BREAKING NEWS

ଧୋନୀ ୨ ସପ୍ତାହ ଆଇପିଏଲରୁ ଓହରିଲେ

ଚେନ୍ନାଇ: ଆଇପିଏଲ ୨୦୨୬ ଆରମ୍ଭରୁ ଚେନ୍ନାଇ ସୁପର କି୍‌ଗସକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀ ଆଘାତ ସମସ୍ୟା ଯେଗୁ ୨ ସପ୍ତରାହ ପର୍ଯ୍ୟନ୍ତ ଓହରି ଯାଇଛନ୍ତି । ସିଏସକେ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ପ୍ରଶଂସକଙ୍କୁ ଜଣାଇଛନ୍ତି । ମାଂସପେଶୀଜନିତ ସମସ୍ୟା ଯୋଗୁ ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି । ୧୪ ଦିନ ପର୍ଯ୍ୟନ୍ତ ବିଶ୍ରାମ ନେବେ ମାନେ ସେ ୩ଟି ମ୍ୟାଚରେ ଖେଳି ପାରିବେ ନାହିଁ । ମାର୍ଚ୍ଚ ୩୦ରେ ଚେନ୍ନାଇ ତାର ଅଭିଯାନ ରାଜସ୍ଥାନ ବିପକ୍ଷରେ ଆରମ୍ଭ କରିବ । ଏହି ମ୍ୟାଚରେ ଗୌହାଟୀରେ ଖେଳାଯିବ ।

ଏପ୍ରିଲ ୩ରେ ପଞ୍ଜାବ କିଙ୍ଗସ ଓ ୫ରେ ଆରସିବି ବିପକ୍ଷରେ ମ୍ୟାଚ ଖେଳିବ । ଯେତେଦୂର ସମ୍ଭବ ଏପ୍ରିଲ ୧୧ରେ ଧୋନୀ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିପାରନ୍ତି । ୨୦୨୪ ସିଜନରେ ପରେ ଧୋନୀ ଏହି ଆଘାତ ସମସ୍ୟାରୁ ମୁକୁଳିବା ପରେ ଅପରେଶନ କରାଇଥିଲେ । ସେ ସମୟରେ ତାଙ୍କର ଆଇପିଏଲ ଖେଳିବା ସମ୍ଭାବନା କ୍ଷୀଣ ବୋଲି କୁହାଯାଇଥିଲା । ପୂନର୍ବାର ଆଘାତ ସମସ୍ୟା ଉପୁଜିଥିବାରୁ ଧୋନୀଙ୍କ ଏହା ଶେଷ ଆଇପିଏଲ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.