Latest Odisha News

ଆଇପିଏଲ ବ୍ରାଣ୍ଡ ଭାଲ୍ୟୁ କମିଲା, ମୁମ୍ବାଇ ଇଣ୍ଡିଆନ୍ସର ଫାଇଦା

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ୟୁଏଇରେ ଅନୁଷ୍ଠିତ ହୋଇଥିଲା । ଏଥି ଯୋଗୁ ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ପ୍ରଭାବିତ ହୋଇଥିଲା । ୨୦୧୯ ତୁଳନାରେ ଏହା ୨୨ ପ୍ରତିଶତ ତଳକୁ ଖସି ଆସିଛି । ୨୦୧୯ରେ ଏହାର ଭାଲ୍ୟୁ ୪୭ହଜାର କୋଟି ଥିବା ବେଳେ ଏଥର ୩୨ ହଜାର ୧୫୦ କୋଟି ରହିଛି । ବାୟୋ ବବଲ ଓ ଖାଲି ଷ୍ଟାଡିୟମ ସତ୍ୱେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସା ଭାଲ୍ୟୁ ବଢ଼ିଛି । ବ୍ରାଣ୍ଡ ଷ୍ଟ୍ରେନ୍ଥ ଇଣ୍ଡେକ୍ସରେ ଏହା ୭୬.୯ ପ୍ରତିଶତ ରହିଛି ।

ମୁମ୍ବାଇ ପଛକୁ ଦିଲ୍ଲୀ (୭୦.୫) ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ (୬୭), ବାଙ୍ଗାଲୋର(୬୬.୧), ଚେନ୍ନାଇ(୬୨.୪), କୋଲକାତା(୬୧.୩), ପଞ୍ଜାବ (୬୧.୨) ଓ ରାଜସ୍ଥାନ (୫୭.୧) ଯଥାକ୍ରମେ ତୃତୀୟରୁ ୮ମ ସ୍ଥାନ ହାସଲ କରିଛନ୍ତି ।

Leave A Reply

Your email address will not be published.