Latest Odisha News

BREAKING NEWS

ଆହୁରି ବୃଦ୍ଧି ପାଇବ ଆଇପିଏଲ ମ୍ୟାଚ ସଂଖ୍ୟା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର କଳେବର ଆହୁରି ବୃଦ୍ଧି ପାଇବ । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ୨୦୨୮ରୁ ଆଇପିଏଲରେ ଓଭରାଲ ୯୪ ମ୍ୟାଚ ଖେଳାଯିବ । ଆଇପିଏଲ ଚେୟାରମ୍ୟାନ ଅରୁଣ ଧୂମାଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବିସିସିଆଇର ଆଗାମୀ ମିଡିଆ ରାଇଟ୍ସ ଚକ୍ର ୨୦୨୮ରୁ ଆରମ୍ଭ ହେବ । ସେବେଠାରୁ ମ୍ୟାଚ ସଂଖ୍ୟା ବୃଦ୍ଧି କରାଯାଇପାରେ ବୋଲି ଧୂମାଲ କହିଛନ୍ତି । ଆଇପିଏଲ ୨୦୨୫ରେ ଓଭରାଲ ୭୪ ମ୍ୟାଚ ଖେଳାଯିବ । ପୂର୍ବରୁ ଏହି ସଂସ୍କରଣରେ ୮୪ ମ୍ୟାଚ ଖେଳାଯିବା ନେଇ ଆଲୋଚନା ହୋଇଥିଲେ ମଧ୍ୟ ଆନ୍ତର୍ଜାତୀୟ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ଏହା ସମ୍ଭବପର ହୋଇ ନ ଥିଲା ।

ପ୍ରତ୍ୟେକ ଟିମ ଘରେ ଏବଂ ବାହାରେ ଯେପରି ଖେଳିବାକୁ ସୁଯୋଗ ପାଇବ ତାହା ଆମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ତେବେ ଟିମ ସଂଖ୍ୟା ବୃଦ୍ଧି କରାଯିବାର କୌଣସି ଯୋଜନା ନାହିଁ । ଏବେ ୧୦ ଟିମ ପୂର୍ବଭଳି ରହିବେ ବୋଲି ଧୂମାଲ କହିଛନ୍ତି । ବର୍ତମାନ ଆଇପିଏଲରେ ୭୪ରୁ ୪୬ ମ୍ୟାଚ ଖେଳାଯାଇ ସାରିଛି । ଏବେ ପ୍ରତ୍ୟେକ ଟିମ ପ୍ଲେ ଅଫ ପ୍ରବେଶ ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ।

Comments are closed.