Latest Odisha News

BREAKING NEWS

ଝଲସିଲାଣି IPL ଗ୍ରାଉଣ୍ଡ, ୩ ଦିନ ପରେ ମୁହାଁମୁହିଁ ହେବେ ମୁମ୍ବାଇ-ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲକୁ ଆଉ ମାତ୍ର ୩ ଦିନ ବାକି । ଏହା ମଧ୍ୟରେ ପ୍ରସ୍ତୁତ ହୋଇଯାଇଛି ୟୁଏଇ । ରଙ୍ଗୀନ ଲାଇଟରେ ଝଲସୁଛି ଆବୁଧାବି ଓ ଦୁବାଇ ଷ୍ଟାଡିୟମ । ତେବେ ଚଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ହେବ । ଏହି ମ୍ୟାଚ ଆବୁଧାବିରେ ଖେଳାଯିବ।

ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଆଇପିଏଲ-୨୦୨୦ । ଆବୁଧାବିର ଶେଖ ଜାୟଦ କ୍ରିକେଟ୍ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଖେଳାଯିବ। ୟୁଏଇରେ ଆବୁଧାବି ବ୍ୟତୀତ ଶାରଜା ଓ ଦୁବାଇରେ ମଧ୍ୟ ଆଇପିଏଲ ୨୦୨୦ ଖେଳାଯିବ।

ବିସିସିଆଇ ଆଇପିଏଲର ଲିଗ୍ ପର୍ଯ୍ୟାୟର ୫୬ ମ୍ୟାଚ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏଥିରୁ ଦୁବାଇରେ ସର୍ବାଧିକ ୨୪ ମ୍ୟାଚ୍, ଆବୁଧାବିରେ ୨୦ ଏବଂ ଶାରଜାରେ ୧୨ ମ୍ୟାଚ୍ ଖେଳାଯିବ। ଆଇପିଏଲର ପ୍ଲେଅଫ ମ୍ୟାଚ୍‌ର ତାରିଖ ଏବଂ ଆୟୋଜନ ସ୍ଥଳର ଘୋଷଣା ପରେ କରାଯିବ। ଏହା ବ୍ୟତୀତ ଫାଇନାଲ ପାଇଁ ପଡିଆର ଘୋଷଣା ମଧ୍ୟ ବୋର୍ଡ ପରେ କରିବ। ଫାଇନାଲ ମୁକାବିଲା ନଭେମ୍ବର ୧୦ରେ ଖେଳାଯିବ। ଆଇପିଏଲ ପାଇଁ ସମସ୍ତ ଆଠ ଫ୍ରାଞ୍ଚାଇଜି ପ୍ରସ୍ତୁତ।

Leave A Reply

Your email address will not be published.