ଦୁବାଇ: ଚୁଡ଼ାନ୍ତ ପର୍ଯ୍ୟୟାରେ ପହଞ୍ଚିଛି ଆଇପିଏଲର ୧୩ତମ ସଂସ୍କରଣ । ଆଜି ଖେଳାଯିବ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ । ମୁହାଁମୁହାଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ୱାଇ ଇଣ୍ଡିଆନ୍ସ ଓ ରାଇଜିଂ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ । ଦୁଇ ଦଳ ଭିତରେ ଲଢ଼େଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ମ୍ୟାଚ୍ ଜିତି ଉଭୟ ଦଳ ଫାଇନାଲ୍ ଟିକେଟ ହାତେଇା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ।

ଦୁବାଇରେ ସନ୍ଧ୍ୟା ସାଢ଼େ ୭ ଟାରେ ଏହି ମ୍ୟାଚ ଖେଳାଯିବ । ଚାରି ଚାରି ଥର ଆଇପିଏଲ୍ ଚାମ୍ପିଅନ୍ ମୁମ୍ୱାଇ ଇଣ୍ଡିଆନ୍ସକୁ ଲିଗ୍ ପର୍ଯ୍ୟାୟରେ ହରାଇବା ଏତେ ସହଜ ନଥିଲା । କିନ୍ତୁ ଶେଷ ଲିଗରେ ହାଇଦ୍ରାବାଦଠାରୁ ୧୦ ଓ୍ୱିକେଟରେ ପରାଜୟ ବରଣ କରିଥିଲା । ସେତେ ଭଲ ବ୍ୟାଟିଂ କରିନଥିବା ବେଳେ ବୋଲିଂ ଥିଲା ଦିଶାହୀନ । ତେବେ ଫ୍ଲେ ଅଫ ପୂର୍ବରୁ ଟିମକୁ ଅଧିନାୟକ ରୋହିତ ଶର୍ମା ଦଳକୁ ଫେରିଥିବାରୁ ମୁମ୍ୱାଇ ପାଇଁ ଆଶ୍ୱସ୍ତ ହୋଇଛି ।

ଅନ୍ୟପଟେ ପ୍ରଥମ ଥର ଚାମ୍ପିଅନ୍ ହେବା ଲକ୍ଷ୍ୟରେ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଭଲ ଖେଳିଥିଲା । ଶେଷ ଆଡକୁ ଲଗାତାର ଚାରିଟି ମ୍ୟାଚ ହାରିବା ପରେ ଶେଷ ଲିଗରେ ବେଙ୍ଗାଳୁରୁକୁ ହରାଇ ପ୍ଲେ ଅଫରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ଦିଲ୍ଲୀର ମଧ୍ୟକ୍ରମ ଟିକେ ଦୁର୍ବଳ ରହିଛି । ଜଣେ ଦୁଇ ଜଣଙ୍କ ଉପରେ ନିର୍ଭର କରୁଛି ମିଡିଲ ଅର୍ଡର ।
BREAKING NEWS
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ
- ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ
- Subhadra ShaktiBazaar:ମୁମ୍ବାଇରେ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’;ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ

Comments are closed.