Latest Odisha News

BREAKING NEWS

ଦେଶରେ ପୁଣି ବଢ଼ିଲା: ୨୪ ଘଣ୍ଟାରେ ୫୦ ହଜାର ପଜିଟିଭ୍, ୭୦୪ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଟ୍ରେଣ୍ଡ ସାମାନ୍ୟ ବଢିଛି । ଗତ କିଛି ଦିନ ହେବ ପ୍ରତିଦିନ ୫୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିଲା । ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ସାମାନ୍ୟ ବଢିଛି । ଦିନକରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୫୦ ହଜାର ୨୦୯ ଜଣ । ମୋଟ୍ ପଜିଟିଭ୍ କେସ୍ ୮୩ ଲକ୍ଷ ୬୪ ହଜାର ୮୬କୁ ବଢିଛି ।

ସଂକ୍ରମିତଙ୍କ ସହ ମୃତ୍ୟୁସଂଖ୍ୟା ବି ସାମାନ୍ୟ ବଢିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୭୦୪ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କରୋନାରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଶ ୨୪ ହଜାର ୩୧୫ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଦେଶରେ ମୃତ୍ୟୁହାର ରହିଛି ୧.୪୯% ।

ବଢୁଛି କରୋନା ସୁସ୍ଥ ସଂଖ୍ୟା । ଖସୁଛି ଆକ୍ଟିଭ କେସ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୫୫ ହଜାର ୩୩୧ ଆକ୍ରାନ୍ତ । ସୁସ୍ଥ ସଂଖ୍ୟା ୭୭ ଲକ୍ଷ ୧୧ ହଜାର ୮୦୯ ରେ ପହଞ୍ଚିଛି । ସୁସ୍ଥ ହାର ରହିଛି ୯୨.୨୦ %। ବର୍ତ୍ତମାନ ଆକ୍ଟିଭ୍ କେସ୍ ୫ ଲକ୍ଷ ୨୭ ହଜାର ୯୬୨କୁ ଖସିଛି ।

Leave A Reply

Your email address will not be published.