Latest Odisha News

BREAKING NEWS

ଆଇପିଏଲ ପ୍ରଦର୍ଶନ ନୁହେଁ, ୱେଷ୍ଟଇଣ୍ଡିଜ ପିଚକୁ ଦେଖି ଦଳ ଚୟନ କରାଯିବ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ । ଚୟନ କମିଟି ଏଥର କୌଣସି ପ୍ରକାରର ଭୁଲ କରିବାକୁ ଚାହୁଁନି । ପୂର୍ବରୁ ଆଇପିଏଲ ପ୍ରଦର୍ଶନକୁ ଭିତି କରି ଦଳ ଚୟନ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ଏହାକୁ ଖଣ୍ଡନ କରାଯିବ ସହ ୱେଷ୍ଟଇଣ୍ଡିଜ ଓ ଆମେରିକା ପିଚକୁ ଦେଖି ଦଳ ଚୂଡାନ୍ତ କରାଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି । ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଏକ ଶୃଙ୍ଖଳିତ ଦଳ ବଛାଯିବ । ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାହଙ୍କ ଉପରେ ଗୁରୁ ଦାୟିତ୍ୱ ରହିବ । ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, କୂଲଦୀପ ଯାଦବ, ରିଙ୍କୁ ସିଂ ଖେଳିବା ମଧ୍ୟ ଏକପ୍ରକାର ନିଶ୍ଚିତ ହୋଇଛି ।

ଅଧିନାୟକ ରୋହିତ, କୋଚ ରାହୁଲ ଡ୍ରାଭିଡ ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ପ୍ରାୟତଃ ଦଳ ଚୂଡାନ୍ତ କରି ସାରିଛନ୍ତି । ଏବେ କେବଳ ଔପଚାରିକତା ବାକି ରହିଛି । ଆଇପିଏଲରେ ଯେଉଁ ଦଳର ପ୍ଲେ ଅଫ ପ୍ରବେଶ ଆଶା କ୍ଷୀଣ ରହିବ ସେହି ଦଳର ଖେଳାଳିମାନଙ୍କୁ ଆଗ ବିଶ୍ୱକପ ପାଇଁ ପଠାଯିବ । ନିକଟରେ ଦିନିକିଆ ବିଶ୍ୱକପ ଜିତିବା ସୁଯୋଗ ହାତଛଡା କରିବା ପରେ ଟିମ ଇଣ୍ଡିଆ ପ୍ରଶଂସକ ନିରାଶ ହୋଇ ପଡିଛନ୍ତି । କୋହଲି ଓ ରୋହିତଙ୍କ ପାଇଁ ଏହା ପ୍ରଶଂସକଙ୍କ ବିଶ୍ୱାସ ଜିଣିବାର ଶେଷ ସୁଯୋଗ କହିଲେ ଭୁଲ ହେବନି ।

Leave A Reply

Your email address will not be published.