Latest Odisha News

BREAKING NEWS

ଈଶାନଙ୍କ ବିସ୍ଫୋରକ ଶତକ: ଆଇପିଏଲ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କଲା ହାଇଦ୍ରାବାଦ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ରେ ସନରାଇଜର୍ସ ହାଇଦ୍ରାବାଦ ଈଶାନ କିଶାନଙ୍କ ବିସ୍ଫୋରକ ଶତକ ବଳରେ ବିଶାଳ ସ୍କୋର କରିଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୬ ୱିକେଟ ବିନିମୟରେ ୨୮୬ ରନ ସଂଗ୍ରହ କରିଛି । ଯାହା ଆଇପିଏଲ ଇତିହାସରେ ଦ୍ୱିତୀୟ ସର୍ବାଧିକ ଦଳଗତ ସ୍କୋର । ଅବଶ୍ୟ ସବୁଠାରୁ ବଡ ସ୍କୋର (୨୮୭) ରେକର୍ଡ ବି ହାଇଦ୍ରାବାଦ ନାମରେ ରହିଛି । ଈଶାନ ୪୭ ବଲରେ ୧୧ ଚୌକା ଓ ୬ ଛକା ସହାୟତାରେ ୧୦୬ ରନ କରି ଅପରାଜିତ ରହିଥିଲେ । ସେ ବିପକ୍ଷ ଦଳର କୌଣସି ବୋଲରଙ୍କୁ ଦୟା ଦେଖାଇ ନ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଟ୍ରେଭିସ ହେଡ ୩୧ ବଲରୁ ୬୭, ହେନେରୀa କ୍ଲାସେନ ୩୪, ନୀତିଶ କୁମାର ରେଡ୍ଡୀ ୩୦ ଓ ଅଭିଷେକ ଶର୍ମା ୨୪ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡେ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୀଶ ତୀକ୍ଷଣା ୨ଟି ଓ ସନ୍ଦୀପ ଶର୍ମା ଗୋଟିଏ ୱିକେଟ ନେଇଥିଲେ । ରାତିରେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଆୟୋଜିତ ହେବ ।

Comments are closed.