ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣ ଧିରେ ଧିରେ ରୋମାଂଚକ ହେବାରେ ଲାଗିଛି । ୫୯ ଦିନ ଧରି ହେବାକୁ ଥିବା ଏହି ଲିଗରେ ୧୦ଟି ଟିମ କେତେ କିଲୋମିଟର ଯାତ୍ରା କରିବେ ତାହା ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ । ଏତିକି ଦିନ ମଧ୍ୟରେ ସେମାନେ ପାଖାପାଖି ୧ ଲକ୍ଷ ୬୯ ହଜାର ୫୩୨ କିଲୋମିଟର ଯାତ୍ରା କରିବେ । ଏହା ବିଶ୍ୱର ୨ଥର ଏବଂ କଶ୍ମୀରଠାରୁ କନ୍ୟାକୁମାରୀର ୪୬ ଥର ପରିକ୍ରମା ସହ ସମାନ । ୫୨ ଦିନ ପ୍ରତିଯୋଗିତାରେ ସେମାନେ ୧୦ ଦିନ କେବଳ ବିମାନ ଭିତରେ ରହିବ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରତ୍ୟେକ ଟିମ ୧୪ଟି ମ୍ୟାଚ ଖେଳିବ । ଘରେ ଏବଂ ବାହାର ଫର୍ମାଟରେ ଏଗୁଡିକ ଖେଳାଯିବ । ଓଭରାଲ ୧୮ଟି ଡବଲ ହେଡର ଏବଂ ୧୨ଟି ସହରରେ ସମସ୍ତ ମ୍ୟାଚ ଖେଳାଯିବ ।
ମେ୧୦ରେ ଦିଲ୍ଲୀ ଟିମକୁ ସବୁଠାରୁ ଅଧିକ ୨୧୯୦ କିଲୋମିଟର ଯାତ୍ରା କରିବାକୁ ପଡିବ । ଅତ୍ୟଧିକ ଯାତ୍ରା ଯୋଗୁ ଖେଳାଳିମାନେ ଆଘାତପ୍ରାପ୍ତ, ହାଲିଆ ଏବଂ ମାନସିକ ଚାପର ଶୀକାର ହେବା ଆଶଙ୍କା ରହିଛି । ଦିଲ୍ଲୀ ଟିମ ସବୁଠାରୁ ଅଧିକ ୨୦,୮୦୦ କିଲୋମିଟର ଏବଂ ଲକ୍ଷ୍ନୌ ସବୁଠାରୁ କମ ୧୪ ହଜାର ୧୨୭ କିଲୋମିଟର ଯାତ୍ରା କରିବେ ।
Comments are closed.