Latest Odisha News

BREAKING NEWS

ଓପିଏସସି ଚେୟାରମ୍ୟାନ୍ ହେଲେ ଆଇପିଏସ ଅରୁଣ ଷଡ଼ଙ୍ଗୀ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀ । ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି ।

ରାଜ୍ୟ ପୁଲିସ ବିଭାଗର ଅନ୍ୟତମ ଦକ୍ଷ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ।

୧୯୯୦ ବ୍ୟ‌ାଚ୍‌ ର ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ପୋଲିସର ସ୍ବତନ୍ତ୍ର ଡିଜି ପାହ୍ୟାର ଅଧିକାରୀ ଅରୁଣ ଷଡ଼ଙ୍ଗୀ ୨୦୨୩ ଡିସେମ୍ବର ୩୧ରେ କାର୍ଯ୍ୟକାରୀ ପୋଲିସ ଡିଜି ଭାବେ ଦାୟିତ୍ବ ନେଇଥିଲେ । ଓଡ଼ିଶା ପୋଲିସ ଅରୁଣ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଗତ ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ, ନିରପେକ୍ଷରେ ସମାପନ କରିଥିଲା ।

Leave A Reply

Your email address will not be published.