Latest Odisha News

BREAKING NEWS

ଆସନ୍ତା ୯ରେ ପୋଲିସ ଡିଜି ଭାବେ ଦାୟିତ୍ୱ ନେବେ ଅଭୟ

ଭୁବନେଶ୍ୱର: ଓଡିଶା ପୋଲିସର ନୂଆ ମହାନିର୍ଦ୍ଦେଶକ (ଡିଜି) ଭାବେ ଆସନ୍ତା ୯ ତାରିଖରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ଅଭୟ ।

ଆସନ୍ତା ସୋମବାର  ବିଧିବଦ୍ଧ ଭାବେ ଅଭୟ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ପୋଲିସ ଡିଜି ଦାୟିତ୍ୱରେ ଥିବା ସତ୍ୟଜିତ ମହାନ୍ତିଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିବା ନେଇ ସୂଚନା ମିଳିଛି ।

ବରିଷ୍ଠ ଆଇପିଏସ୍ ଅଫିସର ଅଭୟ ଶନିବାର ଦିନ ‘ଓଡିଶା ସମ୍ବାଦ’ର ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି, “ମୁଁ ଓଡିଶା ପ୍ରଦେଶର ଆରକ୍ଷୀ ମହାନିରୀକ୍ଷକ ଭାକେ ନିଯୁକ୍ତି ପାଇଥିବାରୁ ଏହାକୁ ବିନମ୍ରର ସହିତ ସ୍ୱୀକାର କରି ନିଜକୁ ଗୌରବାନ୍ୱିତ ମନେ କରୁଅଛି । ଏହାବ୍ୟତିତ ଓଡିଶା ବାସୀଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବାକୁ ପ୍ରତିଶୃତି ବଦ୍ଧ।

୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟ ଏବେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୋଲିସ ଏକୋଡେମୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ସେ ୨୦୧୮ ମସିହାରୁ ଏହି ଦାୟିତ୍ୱରେ ରହିଆସିଛନ୍ତି । ପରେ ସେ ନିଜ କର୍ତ୍ତବ୍ୟରୁ ମୁକ୍ତ ହୋଇଥିବାବେଳେ ତାଙ୍କୁ ଶୁକ୍ରବାର ଦିନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ, ୧୯୮୮ ବ୍ୟାଚର ଆଇପିଏସ୍ ଅଧିକାରୀ ସତ୍ୟଜିତ ମହାନ୍ତି ଅସ୍ଥାୟୀ ଭାବେ ରାଜ୍ୟ ପୋଲିସ ବିଭାଗର ଡିଜି ଦାୟିତ୍ୱ ତୁଲାଉଛନ୍ତି ।

Leave A Reply

Your email address will not be published.