Latest Odisha News

BREAKING NEWS

ତୀର୍ଥରାଜ ମହୋଦଧିଙ୍କ ସଂଧ୍ୟା ଆଳତୀର ୧୮ ତମ ବାର୍ଷିକ ମହୋତ୍ସବ, ଆଳତୀ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ବାରା ସମ୍ପନ୍ନ ହୋଇଛି ସ୍ଵର୍ଗଦ୍ଵାର ସମ୍ମୁଖ ବେଳାଭୂମିରେ ଅନୁଷ୍ଠିତ ହୋଇଥିବା ୧୮ ତମ ମହୋଦଧି ଆଳତୀ । ରାଜ୍ୟ ସରକାର ଓ ସମସ୍ତଙ୍କ ସହଯୋଗରେ ଏହା ଆଗେଇ ଚାଲିଛି । ମହୋଦଧି ଆଳତୀକୁ ଅନୁସରଣ କରି ନଦୀ ଓ ସମୁଦ୍ରର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଏବେ ଆଳତୀ କରାଯାଉଛି । ସକାଳେ ଅଭିଷେକ ଓ ନଗର କୀର୍ତ୍ତନ ,ସୁନ୍ଦରକାଣ୍ଡ ଓ ନାମସଙ୍କୀର୍ତ୍ତନ ପରେ ସନ୍ଧ୍ୟାରେ ଧର୍ମସଭା ହୋଇଥିଲା । ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ,ଗଜପତି  ଦିବ୍ୟସିଂହ ଦେବଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସ୍ବାମୀ ପ୍ରଜ୍ଞାନାନନ୍ଦ ସରସ୍ୱତୀ, ରାଷ୍ଟ୍ରୀୟ ଅଧ୍ୟକ୍ଷା କୁମୁଦ ବର୍ମା ଓ ବିଭିନ୍ନ ମଠର ସାଧୁ ,ସନ୍ଥ ଆଦି ସେଠାରେ ଉପସ୍ଥିତ ଥିଲେ । ଦର୍ଶନ ,ବିଜ୍ଞାନ ଓ ବ୍ୟବହାର ତିନୋଟି ଦୃଷ୍ଟି କୋଣରୁ ସନାତନ ଧର୍ମ ହିଁ ଶ୍ରେଷ୍ଠ । ବେଦ, ଶାସ୍ତ୍ର , ଉପନିନିଷେଧ ଓ ବୈଦିକ ମୂଲ୍ୟବୋଧ ଉପରେ ଆଧାରିତ ସନାତନ ଧର୍ମର ସୁରକ୍ଷା କରିପାରିଲେ ସମଗ୍ର ବିଶ୍ବ ଏହାକୁ ଆପଣାଇବ ବୋଲି କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

ଏହି ଅବସରରେ ଭାରତ ଆଧ୍ୟାତ୍ମିକ ଓ ଋଷି ମୁନିଙ୍କ ଦେଶ । ଭାରତର ଚାରୋଟି ପ୍ରମୁଖ ଧାମ ମଧ୍ୟରୁ ଏହା ସର୍ବଶ୍ରେଷ୍ଠ ଧାମ । ୨୫୦୦ ବର୍ଷ ପୂର୍ବେ ଆଦି ଶଙ୍କରାଚାର୍ଯ୍ୟ ଚତୁର୍ଦ୍ଧା ବିଗ୍ରହଙ୍କୁ ପ୍ରତିଷ୍ଠା କରିଥିଲେ । ଏହି ଧାମର ପବିତ୍ରତା ରକ୍ଷା ହେଉ । ସମଗ୍ର ପୁରୁଷୋତ୍ତମ କ୍ଷେତ୍ରକୁ ଏକ ଧାର୍ମିକ କ୍ଷେତ୍ର ଭାବେ ପରିଣତ କରାଯାଉ ବୋଲି କହିଥିଲା ଗଜପତି ଦିବ୍ୟସିଂହ । ଗୁରୁଜୀଙ୍କ ମାର୍ଗଦର୍ଶନରେ  ମହୋଦଧି ଆଳତୀ ସମଗ୍ର ହିନ୍ଦୁ ଓ ସନାତନ ଧର୍ମୀଙ୍କୁ ଏକତ୍ରିତ କରିପାରିଛି । ସ୍କୁଲ ସ୍ତରରେ ବୈଦିକ ଓ ଆଧ୍ୟାତ୍ମିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପାଇଁ ସେ ପରାମର୍ଶ ଦେଇଥିଲେ ଗଜପତି । ଅନ୍ୟପଟେ ପୁରୀକୁ ଆଧ୍ୟାତ୍ମିକ ରାଜଧାନୀ ଭାବେ ଘୋଷଣା କରାଯାଉ ବୋଲି କହିଥିଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିନୟ କୁମାର ଭୂୟାଁ । ପ୍ରତ୍ୟକ ବର୍ଷ ପୌଷ ପୂର୍ଣ୍ଣିମା ଅବସରରେ ଗୋବର୍ଦ୍ଧନ ମଠ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ । ସେପଟେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସନାତନ ଧର୍ମର ସୁରକ୍ଷା ନେଇ ନିଜର ଅଭିଭାଷଣ ରଖିଥିଲେ।

Leave A Reply

Your email address will not be published.