Latest Odisha News

ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର

ଭୁବନେଶ୍ୱର: ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର । ଆଇପିଏସ୍‌ ପ୍ରତୀକ ସିଂଙ୍କ ସ୍ଥାନ ନେଲେ ଡିସିପି ପିନାକ ମିଶ୍ର । ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର । ପୋଲିସ କମିଶନର ପିନାକ ମିଶ୍ରଙ୍କୁ କମିଶନରେଟ୍‌ ପୋଲିସର ବ୍ୟାଚ ପିନ୍ଧାଇ ସ୍ୱାଗତ କରିଛନ୍ତି ।

ଗତ ଦୁଇ ଦିନ ତଳେ ରାଜ୍ୟ ସରକାର ୨୫ ଜଣ ଆଇପିଏସ୍‌ ଅଫିସରଙ୍କୁ ଅବଦଳବଦଳ କରିଥିଲେ l ଭୁବନେଶ୍ୱରର ପୂର୍ବତନ ଡିସିପି ପ୍ରତୀକ ସିଂହଙ୍କୁ ବଦଳ କରାଯାଇ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା l ସେପଟେ ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳର ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଥିଲା ।

୨୦୧୧ ବ୍ୟାଚ୍‌ରେ ଏହି ଆଇପିଏସ୍‌ ଅଫିସର ପିନାକ ମିଶ୍ର ବ୍ରହ୍ମପୁରରେ ଥିବା ବେଳେ ଏକାଧିକ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିଲେ । ଏହାପରେ କଟକ ଡିସିପି ଭାବେ ସେ ଦୀର୍ଘ ସମୟ କାମ କରିବା ପରେ ପୁରୀ ଏସ୍‌ପି ଭାବେ ବଦଳି ହୋଇଥିଲା ।

Leave A Reply

Your email address will not be published.