Latest Odisha News

ଆଇପିଏସ ସ୍ତରରେ ଅଦଳବଦଳ, ନୟାଗଡ ଏସପି ହେଲେ ସିଦ୍ଧାର୍ଥ କଟରିଆ

ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ଏହି କ୍ରମରେ ବଦଳିଛନ୍ତି ନୟାଗଡ ଏସପି ପ୍ରତ୍ୟୁଷ ଦିବାକର । ତାଙ୍କୁ ଏଆଇଜି ମୁଖ୍ୟାଳୟକୁ ବଦଳି କରାଯାଇଛି । ଏଥି ସହ ନୟାଗଡର ନୂଆ ଏସପି ଭାବେ ତାଳଚେର ଏସଡିପିଓ ସିଦ୍ଧାର୍ଥ କଟାରିଆଙ୍କୁ ଅବସ୍ଥାପିତ କରାଯାଇଛି । ଗତକିଛି ଦିନ ହେଲା ପରୀ ହତ୍ୟା ମାମଲାରେ ବିବାଦରେ ଥିଲେ ଏସପି ପ୍ରତ୍ୟୁଷ ।

ସେହିପରି ଚରଣ ସିଂ ମିନା ହେଲେ ଭଦ୍ରକ ଏସପି, ସାର୍ଥକ ଷଡଙ୍ଗୀ ହେଲେ ଡିଆଇଜି ଅନୁଗୁଳ, ପଣ୍ଡିତ ରାଜେଶ ଉତ୍ତମରାଓ ହେଲେ ଡିଆଇଜି କୋରାପୁଟ, ବି. ଗଙ୍ଗାଧର ହେଲେ ସମ୍ବଲପୁର ଏସପି, କେ.ଶିବ ସୁବ୍ରମଣି ହେଲେ ଢେଙ୍କାନାଳ ଏସପି, ରାହୁଲଙ୍କୁ ଯାଜପୁର ଏସପି ଦାୟିତ୍ୱ ଦିଆଯାଇଛି । ମଦକର ସନ୍ଦିପ ସମ୍ପଦ ହେଲେ କେନ୍ଦ୍ରାପଡା ଏସପି, ମୁକେଶ କୁମାର ଭାମୋ ହେଲେ ରାଉରକେଲା ଏସପି, କୁଶଲକର ନୀତିନ ହେଲେ ବଲାଙ୍ଗିର ଏସପି, ବିବେକାନନ୍ଦ ଶର୍ମା ହେଲେ ରାୟଗଡା ଏସପି, ବରୁଣ ଗୁଣ୍ଟୁପାଲି ହେଲେ କୋରାପୁଟ ଏସପି, ପ୍ରହଲ୍ଲାଦ ସାହାଇ ମୀନା ହେଲେ ନବରଙ୍ଗପୁର ଏସପି ।

Comments are closed.