Latest Odisha News

BREAKING NEWS

ଭୁବନେଶ୍ୱର ଡିସିପି ଭାବେ ଆଜି ଦାୟିତ୍ୱ ନେବେ ଆଇପିଏସ ଉମାଶଙ୍କର ଦାସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ନୂଆ ଡିସିପି ଭାବେ ଆଜି ଦାୟିତ୍ୱ ଭାର ଗ୍ରହଣ କରିବେ ୨୦୦୮ ବ୍ୟାଚ୍‌ର ଆଇପିଏସ୍‌ ଡ. ଉମାଶଙ୍କର ଦାସ। ଉମାଶଙ୍କର ଏହା ପୂର୍ବରୁ ପୁରୀ ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ।

କମିସନରେଟ୍‌ ପୁଲିସର ମୁଖ୍ୟାଳୟରେ ଡ. ଦାସ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିବେ । ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ତେବେ କରୋନା କଟକଣାକୁ ଧ୍ୟାନରେ ରଖି ଏହି କାର୍ଯ୍ୟକ୍ରମର ଲାଇଭ୍‌ ପ୍ରସାରଣ କରାଯିବ ବୋଲି ପୁଲିସ କମିସନରଙ୍କ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ସଙ୍କଟ ସମୟରେ ସମ୍ପୂର୍ଣ୍ଣ ସୁରକ୍ଷା, ଦାୟିତ୍ଵ ଓ କଟକଣା ସହ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା କରାଇବାରେ ଡ. ଉମାଶଙ୍କର ଦାସଙ୍କର ଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା।

Leave A Reply

Your email address will not be published.