Latest Odisha News

BREAKING NEWS

ଓଡ଼ିଶାର ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ୱର: ଭାରତର ସ୍ବାଧୀନତା ଆନ୍ଦୋଳନରେ ନିଜର ଅବଦାନ ପାଇଁ ଓଡିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଗଷ୍ଟ ୯ ତାରିଖରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ।

ପ୍ରତିବର୍ଷ ଅଗଷ୍ଟ ୯ ରେଏହି ସମ୍ମାନ ଜନକ ପୁରସ୍କାର ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ । ଏହି ଦିନକୁ ଅଗଷ୍ଟ କ୍ରାନ୍ତି ଦିବସ ରୂପେ ମଧ୍ୟ ପାଳନ କରାଯାଏ ।

ପ୍ରତିବର୍ଷ ଲୋକରଣ୍ୟ ହୋଇ ଏହି ସମାରୋହରେ ପାଳନ ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ସମାରୋହ ଆୟୋଜିତ ହେବ ନାହିଁ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଏହା ପରିବର୍ତ୍ତେ, ଜିଲ୍ଲା ମାଜିଷ୍ଟ୍ରେଟ୍ମାନେ ବ୍ୟକ୍ତିଗତ ଭାବରେ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ବାସଭବନ ପରିଦର୍ଶନ କରିବେ ଏବଂ କୋଭିଡ-୧୯ ନିର୍ଦ୍ଦେଶାବଳୀ ମଧ୍ୟରେ ରହି ସେମାନଙ୍କୁ ପୁରସ୍କାରରେ ସମ୍ମାନିତ କରିବେ ।

ଚଳିତ ବର୍ଷ ଏହି ସମ୍ମାନଜନକ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ୧୦ ବୀର ଓଡ଼ିଆ । ସେମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଭଦ୍ରକ ଜିଲ୍ଲାର ରାମହାରୀ ଗୋସ୍ୱାମୀ, ଗୌରୀସ୍ୱାମୀ ଗୋସ୍ୱାମୀ ଓ ବ୍ରଜ କିଶୋର ରାଉତ । ନୟାଗଡ଼ର ଈଶ୍ୱର ବିସୋଇ ଏବଂ ସହଦେବ ବେହେରା । ଜଗତ୍ସିଂହପୁରର ବିଶ୍ୱନାଥ ଦାସ, ସମ୍ବଲପୁରର ଦେବନାଥ ଗୁପ୍ତା କେନ୍ଦ୍ରାପଡାର ମକର ଧ୍ଵଜ ଦାସ ଦାସ ଏବଂ ଯାଜପୁରର ଦଧିଚି ସାହୁ ।

Leave A Reply

Your email address will not be published.