Latest Odisha News

ବୁର୍ଖା ନପିନ୍ଧିବାରୁ ହିନ୍ଦୁ ମହିଳାଙ୍କୁ ହତ୍ୟା ଅଭିଯୋଗ

ମୁମ୍ବାଇ: ଧର୍ମ ପରସ୍ପରର ଅଲଗା କିନ୍ତୁ ପ୍ରେମ କରିଥିଲେ ବୋଲି ପରସ୍ପରର ହାତ ଧରି ଜୀବନସାଥୀ ହୋଇଥିଲେ। ପରେ ଉଭୟଙ୍କର ସନ୍ତାନ ମଧ୍ୟ ହେଲା। ହେଲେ ପତ୍ନୀ ଇସଲାମିକ ଧର୍ମକୁ ଗ୍ରହଣ ନକରିବା ବାରମ୍ବାର କହିବା ପରେ ବି ବୁର୍ଖା ନପିନ୍ଧିବାରୁ ଉଭୟଙ୍କ ମଧ୍ୟରେ ଛାଡପତ୍ର ଯାଏ କଥା ଗଲା। ହେଲେ କିଏ ସନ୍ତାନକୁ ରଖିବ ସେ ନେଇ ଯୁକ୍ତିତର୍କ ଲାଗିଥିବା ଭିତରେ ନିଜ ପତ୍ନୀର ତଣ୍ଟି ଚିପିବା ସହିତ ଧାରୁଆ ଛୁରୀରେ ହାତକୁ କାଟି ଦେବାରୁ ସଂପୃକ୍ତ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ଲୋକେ ହତ୍ୟା ପଛରେ ବୁର୍ଖା ନପିନ୍ଧିବା ଏବଂ ଇସଲାମ ଗ୍ରହଣ ନକରିବା କଥା କହିଛନ୍ତି।

BjdElectrycity

ମୁମ୍ବାଇର ତିଲକ ନଗର ଅଞ୍ଚଳରେ ଏହି ହତ୍ୟା ଘଟଣା ଘଟିଛି। ଇକବାଲ ମହମ୍ମଦ ଶେଖ ନାମକ ଜଣେ ଯୁବକ ପତ୍ନୀ ରୂପାଲିକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି। ମୃତକଙ୍କ ପରିବାର ଲୋକଙ୍କ ଏତଲା ଆଧାରରେ ଇକବାଲକୁ ଗିରଫ କରାଯାଇଛି।

ସୂଚନାଯୋଗ୍ଯ, ମୃତକ ରୂପାଲି ଓ ଅଭିଯୁକ୍ତ ଇକବାଲ ମହମ୍ମଦ ଶେଖଙ୍କ ବିବାହକୁ ତିନି ବର୍ଷ ବିତିଥିଲା। ବିବାହ ପରଠାରୁ ରୂପାଲିକୁ ଇକବାଲ ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ରୂପାଲିଙ୍କୁ ଇସଲାମିକ୍ ପରମ୍ପରା ମାନିବା ସହ ବୁର୍ଖା ପିନ୍ଧିବାକୁ ବାଧ୍ୟ କରୁଥିଲେ ବୋଲି ମୃତକଙ୍କ ପରିବାର ଲୋକେ କହିଛନ୍ତି।

ଶେଷରେ ଘରୋଇ କଳହ ଯୋଗୁଁ ୨୨ ବର୍ଷୀୟ ଏହି ଯୁବତୀ ସ୍ୱାମୀଠାରୁ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ। ସେପ୍ଟେମ୍ବର ୨୬ ତାରିଖ ସୋମବାର ସନ୍ଧ୍ୟାରେ ଇକବାଲ ପତ୍ନୀଙ୍କୁ ଭେଟିଥିଲା। ଏହି ସମୟରେ ହତ୍ୟା କରିଥିବା କୁହାଯାଉଛି।

ସୋମବାର ରୂପାଲି ଇକବାଲ ଶେଖଙ୍କୁ ଭେଟି ଛାଡ଼ପତ୍ର ଦାବି କରିଥିଲେ । କିନ୍ତୁ ଉଭୟଙ୍କର ଏକ ସନ୍ତାନ ଥିବାରୁ ସେ ଏହାକୁ ଗ୍ରହଣ କରିବାକୁ ରାଜି ନଥିଲେ। ଏହା ପରେ ବ୍ୟକ୍ତି ଜଣକ ପୁଅକୁ ନିଜ ପାଖରେ ରଖିବାକୁ ଦାବି କରିଥିଲେ । ଯାହାକୁ ମହିଳା ଜଣକ ବିରୋଧ କରିଥିଲେ। ଦାବିରେ ରାଜି ନ ହେବାରୁ ଇକବାଲ ଶେଖ ଏକ ଛୁରୀରେ ରୂପାଲିଙ୍କ ଗଳା କାଟିବା ସହିତ ହାତକୁ ଛୁରୀରେ କ୍ଷତବିକ୍ଷତ କରିଦେଇଥିଲେ।

ଅଭିଯୋଗକାରୀଙ୍କ କହିବାନୁସାରେ, ଅଭିଯୁକ୍ତ ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଇସଲାମିକ ପରମ୍ପରା ପାଳନ କରିବା ଏବଂ ମୁସଲମାନ ମହିଳା ପିନ୍ଧୁଥିବା ବୁର୍ଖା ପିନ୍ଧିବାକୁ ଚାପ ପକାଉଥିଲେ। ତେବେ ମହିଳା ଜଣକ ମନା କରିବା ପରେ ପାରିବାରିକ ବିବାଦ ଆରମ୍ଭ ହୋଇଥିଲା ବୋଲି ତିଲକ ନଗର ଥାନା ଅଧିକାରୀ ବିଳାସ ରାଠୋର କହିଛନ୍ତି।

Leave A Reply

Your email address will not be published.