Latest Odisha News

ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତି ହେଲେ ଦୀପିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ହାର୍ଟବିଟ ଦ୍ରୁତ ହେବା ଏବଂ ଅସହଜ ଅନୁଭବ କରିବାରୁ ଦୀପିକା ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେଠାରେ ଆବଶ୍ୟକ ଟେଷ୍ଟ ପରେ ସେ ପୁନର୍ବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିିକିତ୍ସା ପାଇଁ ସେଠାରେ ରଖା ଯାଇଥିଲା । ତେବେ କେଉଁ କାରଣରୁ ସେ ଅସୁସ୍ଥ ହେଲେ ସେ ସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରାଯାଇ ନାହିଁ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଦୀପିକାଙ୍କ ଟିମ ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ ପ୍ରଭାସଙ୍କ ସହ ଏକ ଫିଲ୍ମ ଶୁଟିଂ ଅବସରରେ ମଧ୍ୟ ଦୀପିକା ଅସୁସ୍ଥ ହୋଇ ପଡିଥିଲେ । ପାଖାପାଖି ୧୦ ଘଂଟା ଅବଜରଭେସନରେ ରଖାଯିବା ପରେ ତାଙ୍କୁ ଘରକୁ ପଠା ଯାଇଥିଲା । କେତେକ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେ ହାର୍ଟ ସମସ୍ୟାରେ ପଡିଛନ୍ତି ଏବଂ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଦୀପିକା ଏବେ ପ୍ରଭାସ ଓ ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ, ଶାହାରୁଖଙ୍କ ସହ ପଠାନ ଏବଂ ହ୍ରିତିକ ରୋଶନଙ୍କ ଫାଇଟର ଫିଲ୍ମରେ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.