Latest Odisha News

BREAKING NEWS

ଆରମ୍ଭ ହେଲା ଅମିର ଖାଁଙ୍କ ଝିଅଙ୍କ ପ୍ରି ୱେଡିଂ ଫଙ୍କସନ

ମୁମ୍ବାଇ: ବଲିଉଡର ଚକୋଲେଟ୍ ହିରୋ ଅମିର ଖାଁଙ୍କ ଝିଅ ଇରା ଖାଁଙ୍କ ବିବାହ ଖୁବଶୀଘ୍ର ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛନ୍ତି । ଇରା ତାଙ୍କ ପ୍ରେମିକ ନୁପୁର ଶିଖରେଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏବେ ଇରାଙ୍କ ପ୍ରି ୱେଡିଂ ସେରିମନି ଆରମ୍ଭ ହୋଇଛି । ଶୁକ୍ରବାର ଇରା ଖାଁ ଏବଂ ତାଙ୍କ ପ୍ରେମିକ ନୁପୁରଙ୍କ ବିବାହ କାର୍ଯ୍ୟ କେଲଭାନ ସମାରୋହରୁ ଆରମ୍ଭ ହୋଇଥିଲା । ଏହାର କିଛି ଫଟୋ ଏହି କପଲ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆସନ୍ତା ବର୍ଷ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

କିଛି ଦିନ ହେବ ପରସ୍ପରକୁ ଡେଟ କରିବା ପରେ ଇରା ଖାଁ ଏବେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ଏମାନେ କେଲଭାନ ସମାରୋହର ଆୟୋଜନ କରିଥିଲେ । ଏହା ସହିତ ସେମାନଙ୍କର ପ୍ରି ୱେଡିଂ ସେରିମନି ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ, ଇରାର ଭାବି ସ୍ୱାମୀ ନୁପୁର ଜଣେ ମହାରାଷ୍ଟ୍ରୀୟ, ତେଣୁ ଏହା ମହାରାଷ୍ଟ୍ର ବିବାହ ପରମ୍ପରାରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । କେଲଭାନ କାର୍ଯ୍ୟରେ, ବର ଏବଂ କନ୍ୟାର ପରିବାରମାନେ ବିବାହ ପୂର୍ବରୁ ପାରମ୍ପାରିକ ସ୍ୱାଦିଷ୍ଟ ଭୋଜନ ପାଇଁ ପରସ୍ପରକୁ ଭେଟନ୍ତି । ଯାହା ଦ୍ୱାରା ପରସ୍ପରକୁ ବିବାହ ନିମନ୍ତ୍ରଣ କରାଯାଇପାରିବ । ଏଥିରେ ପରସ୍ପରକୁ ଉପହାର ମଧ୍ୟ ଦିଆଯାଏ । ବର ଏବଂ କନ୍ୟାର ସମ୍ପର୍କୀୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦମ୍ପତିଙ୍କୁ ଉପହାର ଦିଅନ୍ତି ।

Leave A Reply

Your email address will not be published.