Latest Odisha News

BREAKING NEWS

ଇଂଲଣ୍ଡକୁ ୩୩ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ବିଶ୍ୱକପ କ୍ରିକେଟରେ ଶନିବାର ଇଂଲଣ୍ଡକୁ ୩୩ରନରେ ଅଷ୍ଟ୍ରେଲିଆ ପରାସ୍ତ କରିଛି । ୨୮୭ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୪୮.୧ ଓଭରରେ ୨୫୩ ରନ କରିବାକୁ ସକ୍ଷମ ହୋଇଥିଲା । ଡାୱିଡ ମାଲାନ ୫୦, ବେନ ଷ୍ଟୋକ୍ସ ୬୪ ଓ କ୍ରିସ ୱକସ ୩୨ ରନର ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳକୁ ବିଜୟୀ କରାଇବାରେ ସହାୟ ହୋଇ ନ ଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ, ଜୋଶ ହାଜେଲଉଡ ଓ ପ୍ୟାଟ କୁମିନ୍ସ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜାମ୍ପା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଷ୍ଟିଭେନ ସ୍ମିଥ ୪୪, ମାର୍ନସ ଲାବୁଶେନ ୭୧ ଓ କାମେରୁନ ଗ୍ରୀନ ୪୭ ରନର ଇନିଂସ ଖେଳିଥିଲେ । ମାର୍କସ ଷ୍ଟୋଇନିସ ୩୫ ରନ କରିଥିଲେ ।

ଇଂଲଣ୍ଡ ପକ୍ଷରୁ କ୍ରିସ ୱକସ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍କ ଉଡ, ଅଡିଲ ରଶିଦ ୨ଟି ଲେଖାଁଏ ୱିକେଟ ନେଇଥିଲେ । ଇଂଲଣ୍ଡ ବୋଲରଙ୍କ ପ୍ରଦର୍ଶନ ଆଜି ପ୍ରଶଂସନୀୟ ଥିଲା । ଟସ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଅଷ୍ଟ୍ରେଲିଆ ୭ ମ୍ୟାଚରୁ ୧୦ ପଂଏଟ ହାସଲ କରିଛି । ଆଉ ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ଦଳ ସେମିଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିବ ।

Leave A Reply

Your email address will not be published.