Latest Odisha News

BREAKING NEWS

ପରମାଣୁ ବୈଜ୍ଞାନିକ ଫକୀରଜାଦେହଙ୍କ ହତ୍ୟା ପରେ ଇସ୍ରାଏଲ-ଇରାନ ମୁହାଁମୁହିଁ

ତେହେରାନ: ପରମାଣୁ ବୈଜ୍ଞାନିକ ମୋହସୀନ ଫକୀରଜାଦେହଙ୍କ ହତ୍ୟା ପରେ ଇରାନ ଓ ଇସ୍ରାଏଲ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ପୃକ୍ତ ଘଟଣା ପାଇଁ ଇରାନ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଛି । ଇରାନ ରାଷ୍ଟ୍ରପତି ହସନ ରୁହାନୀ ବୈଜ୍ଞାନିକଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଶନିବାର ଶପଥ କରିଛନ୍ତି ।

ଶତ୍ରୁ ଦେଶ ଉପରେ ବିଜୁଳି ସମ ଆକ୍ରମଣ କରାଯିବ ବୋଲି ରୁହାନୀ କହିଛନ୍ତି । ଆମ ଲୋକ ବୁଦ୍ଧିମାନ ଏତେ ସହଜରେ ଇସ୍ରାଏଲର ଜାଲ ଫସିବେ ନାହିଁ ବୋଲି ସେ କହିଛନ୍ତି । ଅପରପକ୍ଷରେ ଇସ୍ରାଏଲ ତାର ସମସ୍ତ ଦୂତାବାସକୁ ହାଇଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛି । ଉଭୟ ଦେଶ ମଧ୍ୟରେ ଯୁଦ୍ଧଭଳି ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେଥିପ୍ରତି ଅନ୍ୟ ଦେଶ ନଜର ରଖିଛନ୍ତି ।

Leave A Reply

Your email address will not be published.