Latest Odisha News

ମୁଣ୍ଡରୁ ଦୋଷ ଛଡାଉଛି ଚୀନ, ଏବେ କହିଲା ଭାରତରୁ କରୋନା ବ୍ୟାପିଛି

ବେଜିଂ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ସମାଲୋଚିତ ହେଉଥିବା ଚୀନ ଏବେ ମୁଣ୍ଡରୁ ଦୋଷ ଛଡାଇବା ଆରମ୍ଭ କରିଛି । ଆମେରିକା ପରେ ଏବେ କରୋନା ଭାରତରୁ ବ୍ୟାପିଛି ବୋଲି ଡ୍ରାଗନ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛି । ଭାରତର ଖରାପ ପରିବେଶ ଏବଂ ସ୍ୱାସ୍ଥ୍ୟ ଯୋଗୁ କରୋନା ଭୂତାଣୁ ଏଠାରେ ପ୍ରଥମେ ସଂକ୍ରମିତ ହେବା ଆରମ୍ଭ ହୋଇ ସାରିଥିଲା । ଡେଲି ମେଲ ଖବର ଅନୁସାରେ ଚୀନ ବୈଜ୍ଞାନିକମାନେ ଏହି ମିଥ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବରରେ ଚୀନର ଉହାନରେ କରୋନା ବ୍ୟାପିବା ଆରମ୍ଭ ହୋଇଥିଲା । ବ୍ରିଟେନ ଗ୍ଲାସଗୋ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ତଥା ଗବେଷକ ଡେଭିଡ ରିଚାର୍ଡସନଙ୍କ ମତରେ ଏ ଭଳି ଗବେଷଣା ସମ୍ପୂର୍ଣ୍ଣ ଭାବେ ଭିତିହୀନ । ଚୀନର ଏହି ତଥ୍ୟ ନେଇ ସୋସିଆଲ ମିଡିଆରେ ଏକପ୍ରକାର ଯୁଦ୍ଧ ଆରମ୍ଭ ହୋଇଯାଇଛି କହିଲେ ଭୁଲ ହେବ ନାହିଁ ।

Leave A Reply

Your email address will not be published.