Latest Odisha News

BREAKING NEWS

ନିୟନ୍ତ୍ରଣ ବାହାରେ ଇରାନର ପରିସ୍ଥିତି: ଉତ୍ତେଜନା ପରେ ଇଣ୍ଟରନେଟ୍, ଟେଲିଫୋନ୍ ସେବା ବନ୍ଦ

ତେହରାନ: ନିୟନ୍ତ୍ରଣ ବାହାରେ ଇରାନର ପରିସ୍ଥିତି। ଦରଦାମ, ଅର୍ଥନୈତିକ ସଙ୍କଟ ଏବଂ ସରକାର ବିରୋଧୀ ଅସନ୍ତୋଷ କାରଣରୁ ଦେଶବ୍ୟାପୀ ବିକ୍ଷୋଭ। ମୁଦ୍ରାସ୍ଫୀତି ଏବଂ ଟଙ୍କାର ହ୍ରାସକୁ ନେଇ ଇରାନରେ ଦୁଇ ସପ୍ତାହ ଧରି ବିରୋଧ ପ୍ରଦର୍ଶନ ଜାରି ରହିଛି। ଗୁରୁବାର ରାତିରେ ଇରାନର ନିର୍ବାସିତ ଯୁବରାଜ ରେଜା ପହଲାଭି ଲୋକଙ୍କୁ ଘରୁ ବାହାରକୁ ଆସି ଇସଲାମିକ୍ ଶାସନ ବିରୋଧରେ ପ୍ରତିବାଦ କରିବାକୁ ନିବେଦନ କରିବା ପରେ ପ୍ରତିବାଦ ଆହୁରି ତୀବ୍ର ହୋଇଥିଲା।

ରେଜା ପହଲାଭିଙ୍କ ଆବେଦନ ପରେ ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟରେ ଇରାନ ସରକାର ରାସ୍ତା ସଫା କରିବା ପାଇଁ ସୁରକ୍ଷା ବାହିନୀ ନିୟୋଜିତ କରିଥିଲେ। ସୂଚନା ଅନୁଯାୟୀ ଇରାନର ଅତି କମରେ ୫୦ଟି ସହରରେ ବଡ଼ଧରଣର ପ୍ରତିବାଦ ପ୍ରଦର୍ଶନ ହେଉଛି। ଲୋକମାନେ ରାସ୍ତାକୁ ଓହ୍ଲାଇ ଇରାନ ଶାସନ ବିରୋଧରେ ସ୍ଲୋଗାନ ଦେଉଛନ୍ତି।

Comments are closed.