ତେହେରାନ: ଆମେରିକା-ଇସ୍ରାଏଲର ବିମାନ ଆକ୍ରମଣ ଏବଂ ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବା ଖାମେନିଙ୍କୁ ଦେଶର ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବରେ ମନୋନୀତ କରାଯାଇଛି। ଇରାନର ଶକ୍ତିଶାଳୀ ବିଶେଷଜ୍ଞ ସଭା ମୋଜତାବାଙ୍କ ନାମକୁ ଅନୁମୋଦନ କରିଛି। ସୂତ୍ର ଅନୁଯାୟୀ, ଇରାନ ଇଣ୍ଟରନ୍ୟାସନାଲ ରିପୋର୍ଟ କରିଛି ଯେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ପ୍ରବଳ ଚାପରେ ବିଶେଷଜ୍ଞ ସଭା ଏହି ନିଷ୍ପତ୍ତି ନେଇଛି।
ମୋଜତାବାଙ୍କ ପିତା, ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନିଙ୍କୁ ତେହେରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ଶନିବାର ହତ୍ୟା କରାଯାଇଥିଲା। ୟୁକେ ସ୍ଥିତ ଇରାନ ଇଣ୍ଟରନ୍ୟାସନାଲ ସୂତ୍ରକୁ ଉଦ୍ଧୃତ କରି ଏହି ସୂଚନା ଦେଇଛି। ନିର୍ବାଚନ ୩ ମାର୍ଚ୍ଚ, ୨୦୨୬ ରେ ହୋଇଥିଲା। ଦେଶରେ ଯୁଦ୍ଧକାଳୀନ ପରିସ୍ଥିରେଏବଂ ଅଲି ଖାମେନିଙ୍କ ଦେହାନ୍ତ ପରେ ଏହି ନିର୍ବାତନ ହୋଇଛି।
ମୋଜତାବା ଖାମେନିଙ୍କ ବୟସ ୫୬ ବର୍ଷ। ସେ ଦୀର୍ଘ ଦିନ ଧରି ରାଜନୈତିକ ପରଦା ପଛରେ ସକ୍ରିୟ ଅଛନ୍ତି। ସେ ଜଣେ ମଧ୍ୟମ ଶ୍ରେଣୀର ଧାର୍ମିକ ନେତା, କିନ୍ତୁ ତାଙ୍କର ପ୍ରକୃତ ଶକ୍ତି ରିଭୋଲ୍ୟୁସନରୀ ଗାର୍ଡ ଏବଂ ବାସିଜ ଫୋର୍ସ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ଉପରେ ନିର୍ଭର କରେ।
ଏହି ନିର୍ବାଚନ ଅତ୍ୟନ୍ତ ବିବାଦୀୟ କାରଣ ଇରାନର ୧୯୭୯ ଇସଲାମିକ ବିପ୍ଳବ ରାଜତନ୍ତ୍ରକୁ ଉତ୍ପାଟନ କରିବା ପାଇଁ ଆରମ୍ଭ କରାଯାଇଥିଲା। ବିପ୍ଳବର ମୌଳିକ ନୀତି ପିତା-ପୁତ୍ରଙ୍କ ଉତ୍ତରାଧିକାରକୁ ଅଣ-ଇସଲାମିକ ବୋଲି ବିବେଚନା କରେ। ତେଣୁ, ଖାମେନିଙ୍କ ପୁଅକୁ ନେତା କରିବା ବିପ୍ଳବର ଆତ୍ମା ବିରୁଦ୍ଧରେ ବିବେଚନା କରାଯାଏ।
Comments are closed.