Latest Odisha News

BREAKING NEWS

ଇରାନ୍‌ ଓ ଆମେରିକା ମଧ୍ୟରେ ବଢୁଛି ତିକ୍ତତା

ତେହେରାନ: ଇରାନ ଏବଂ ଆମେରିକା ମଧ୍ୟରେ ତିକ୍ତତା କମିବାର ନାଁ ନେଉନାହିଁ। ଆମେରିକାର ଆକ୍ରମଣରେ କମାଣ୍ଡର ଜେନେରାଲ କାସୀମ ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ ପ୍ରତିଶୋଧ ପରାୟଣ ହୋଇଯାଇଛି। ଏ ନେଇ ଇରାନ୍‌ ଆମେରିକାକୁ ଧମକ ମଧ୍ୟ ଦେଇଛି। ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କ୍ରପ୍ସ ଫୋର୍ସର ଡେପୁଟି କମାଣ୍ଡର ମହମ୍ମଦ ରଜା ଫାଲହଜାଦେ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଆମେରିକାକୁ ଧମକ ଦେଇଛି ଇରାନ।

ମହମ୍ମଦ ରଜା ଫାଲହଜାଦେ କହିଛନ୍ତି ଯେ ଆମେରିକାଠାରୁ ଖୁବ୍ ଶୀଘ୍ର କମାଣ୍ଡର ଜେନେରାଲ କାସୀମ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବୁ। ଇରାନ ସେନାର ହାଇ କମାଣ୍ଡ କହିଛନ୍ତି ଯେ ଇରାନର କମାଣ୍ଡର ଏବଂ ସୈନିକଙ୍କ ହତ୍ୟା ତେହେରାନକୁ ପଛକୁ ହଟାଇପାରିବନି କି ଲକ୍ଷ୍ୟଭ୍ରଷ୍ଟ କରିପାରିବ ନାହିଁ।

ଉଲ୍ଲେଖ ଥାଉ କି, ଚଳିତ ବର୍ଷ ଜାନୁଆରୀରେ ଆମେରିକା ଇରାନର ଜେନେରାଲ କାସୀମ ସୁଲେମାନୀଙ୍କୁ ହତ୍ୟା କରିଥିଲା। ବାସ୍ତବରେ ବାଗଦାଦ ବିମାନବନ୍ଦର ଛାଡିବା ପରେ ଆମେରିକାର ଡ୍ରୋନ୍ କାସିମ ସୁଲେମାନୀଙ୍କ କାରକୁ କ୍ଷେପଣାସ୍ତ୍ରରେ ଉଡାଇ ଦେଇଥିଲା। ଆମେରିକାର ଅଭିଯୋଗ ଥିଲା ଯେ କାସୀମ ସୁଲେମାନି ତାଙ୍କ ଦୂତାବାସ ଉପରେ ଆକ୍ରମଣ ଯୋଜନା କରୁଛନ୍ତି। ଏହାକୁ କେନ୍ଦ୍ର କରି ଆମେରିକା ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

 

Leave A Reply

Your email address will not be published.