Latest Odisha News

BREAKING NEWS

ଇରାନ ହିଂସାରେ ୨୦୦୦ ମୃତ

ନୂଆଦିଲ୍ଲୀ: ଇରାନରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଗତ ଦୁଇ ସପ୍ତାହ ମଧ୍ୟରେ ସେଠାରେ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ କରିଥିବା ନେଇ ସୂଚନା ମିଳିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷା କର୍ମୀ ଉଭୟ ଥିବା ନେଇ ମଙ୍ଗଳବାର ଦିନ ଜଣେ ଇରାନୀ ଅଧିକାରୀ କହିଛନ୍ତି।

ଅପରପକ୍ଷରେ ଏତେ ସଂଖ୍ୟକ ମୃତ୍ୟୁ ପାଇଁ ଆତଙ୍କବାଦୀ ଦାୟୀ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି। ତେବେ ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଖରାପ ଆର୍ଥିକ ପରିସ୍ଥିତି ଯୋଗୁଁ ସୃଷ୍ଟି ହୋଇଥିବା କୁହାଯାଇଛି। ଗତ ବର୍ଷ ଇସ୍ରାଏଲ ଏବଂ ଆମେରିକା ଆକ୍ରମଣ ପରେ ଇରାନ ଉପରେ ଅନ୍ତର୍ଜାତୀୟ ଚାପ ବୃଦ୍ଧି ପାଇଥିଲା।

ଗତ ତିନି ବର୍ଷ ମଧ୍ୟରେ ଇରାନ ସରକାରଙ୍କ ପାଇଁ ଏହା ସବୁଠାରୁ ବଡ଼ ଆଭ୍ୟନ୍ତରୀଣ ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି। ଏହି ପ୍ରତିବାଦରେ ଅନେକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିବା ନେଇ ଏକ ମାନବାଧିକାର ସଂଗଠନ ପ୍ରକାଶ କରିଛି। ଇଣ୍ଟରନେଟ୍ ସେବା ବନ୍ଦ ହେବାଫଳରେ ସେଠାରେ ଯୋଗାଯୋଗ ଓ  ଆଦାନପ୍ରଦାନରେ ଯଥେଷ୍ଟ ବାଧା ସୃଷ୍ଟି ହୋଇଛି। ତେବେ ଗତ ସପ୍ତାହରେ ବିକ୍ଷୋଭକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ରାତି ସମୟରେ ହୋଇଥିବା ସଂଘର୍ଷର ଅନେକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଗୁଳି ଚାଳନା, ଯାନବାହାନ ପୋଡ଼ିବା ଇତ୍ୟାଦି ନଜର ଆସିଥିଲା।

 

Leave A Reply

Your email address will not be published.