Latest Odisha News

BREAKING NEWS

ଟ୍ରମ୍ପଙ୍କ ଅସୁବିଧା ବଢ଼ିଲା, ଗିରଫ ୱାରେଂଟ ଜାରି କଲା ଇରାକ କୋର୍ଟ

ୱାଶିଂଟନ: ଆମେରିକା ସଂସଦ ଉପରେ ହିଂସାତ୍ମକ ଆକ୍ରମଣ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସୁବିଧାରେ ପଡିଥିବା ବେଳେ ଏବେ ଆଉ ଘଟଣା ଏହାକୁ ଦ୍ୱିଗୁଣିତ କରିଛି । ଇରାକ କୋର୍ଟ ଇରାନର ପ୍ରଭାବଶାଳୀ ଜେନେରାଲ କ୍ୱାସିମ ସୁଲେମାନ ଓ ନିଜ ଦେଶର ମିଲିଶିୟା ନେତାଙ୍କ ହତ୍ୟା ପଛରେ ଟ୍ରମ୍ପଙ୍କ ହାତ ଥିବା ଦର୍ଶାଇ ଗିରଫ ୱାରେଂଟ ଜାରି କରିଛି ।

କାସିମ ସୁଲେମାନ ଓ ମାହଦୀ ଅଲ ମୁହାଂଦିସ ବାଗଦାଦ ବିମାନବନ୍ଦର ନିକଟରେ ଡ୍ରୋନ ଦ୍ୱାରା ମରା ଯାଇଥିଲା । ଟ୍ରମ୍ପକୁ ଗିରଫ କରିବାରେ ଇରାନ ଓ ଇରାକ ଇଂଟରପୋଲର ସାହାଯ୍ୟ ମାଗିଛନ୍ତି । ଏହି ଘଟଣା ପରେ ଇରାକ ଏବଂ ଆମେରିକା ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବ । ଏପରି କି ଇରାକରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିନେଇ ପାରେ ।

Leave A Reply

Your email address will not be published.