Latest Odisha News

BREAKING NEWS

ଆଇଆରସିଟିସି ଟେଣ୍ଡର ସ୍କାମ: ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ମିଳିଳା ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଆଜି ଆଇଆରସିଟିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ଜାମିନ ପ୍ରଦାନ କରିଛି ।

ଏଥିସହିତ ସେମାନଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ଜମାନତ ମୁଚାଲିକାରେ ପଟିଆଲା ହାଉସ କୋର୍ଟ ଜାମିନ ଦେଇଛନ୍ତି ।

ସୂଚନା ଅନୁଯାୟୀ ୨୦୦୬ ମସିହାରେ ଆଇଆରସିଟିସି ହୋଟେଲ ନିର୍ମାଣରେ ଅନିୟମିତତା ଓ ଲାଞ୍ଚ ନେବା ଘଟଣାରେ ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା ।

ଅନ୍ୟପକ୍ଷରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିôବା ଲାଲୁ ପ୍ରସାଦ ଯାଦବଙ୍କ ଅନ୍ତରୀଣ ଜାମିନ ଶେଷ ହେବା ପରେ ରାଞ୍ଚିଠାରେ ସିବିଆଇ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

Leave A Reply

Your email address will not be published.