Latest Odisha News

BREAKING NEWS

ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାହୁଲ ଗାନ୍ଧୀ: ଡ଼ିଜିସିଏ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୌଭାଗ୍ୟକ୍ରମେ ଅଳ୍ପକେ ଏକ ନିଶ୍ଚିତ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଡ଼ାଇରେକ୍ଟୋରେଟ୍ ଜେନେରାଲ୍ ଅଫ ସିଭିଲ୍ ଆଭିଏସନ (ଡ଼ିଜିସିଏ) ଏକ ଯାଞ୍ଚ ରିପୋର୍ଟରେ ଏହା କହିଛନ୍ତି ।

ସୂଚନାଯୋଗ୍ୟ, ଦେଢମାସ ପୂର୍ବରୁ କର୍ଣ୍ଣାଟକରେ ବିଧାନସଭା ପ୍ରଚାର ଚାଲିଥିବା ବେଳେ ନିର୍ବାଚନ ପ୍ରଚାରରେ ରାହୁଲ ଗାନ୍ଧୀ ହୁବଲି ଯାଉଥିଲେ । ତେବେ ସେହି ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନଟିକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା । ଆଜି ସେହି ଦୁର୍ଘଟଣାଗ୍ରସ୍ତ ବିମାନଟିର ଯାଞ୍ଚ ରିପୋର୍ଟ ଆଜି ଡ଼ିଜିସିଏ ଦାଖଲ କରିଛନ୍ତି ।

ମିଳିଥିବା ଏହି ଯାଞ୍ଚ ରିପୋର୍ଟ ଅନୁସାରେ ଜରୁରୀଅବତରଣ କରିନଥିଲେ ରାହୁଲ ଯାତ୍ରା କରୁଥିବା ସେହି ବିମାନଟି ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥାଆନ୍ତା । ତେଣୁ କିଛି ମୂହୁର୍ତ୍ତରେ ଅବତରଣ ଯୋଗୁଁ ରାହୁଲଙ୍କ ବିମାନ ଏକ ନିଶ୍ଚିତ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ।

କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଏହି ପ୍ରସଙ୍ଗକୁ କେନ୍ଦ୍ରକରି ରାଜନୈତିକ ଚର୍ଚ୍ଚା ବେଶ୍ ଜୋର୍ ଧରିଥିଲା । ସେହିସମୟରେ କଂଗ୍ରେସ ପକ୍ଷରୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆସିଥିଲା ।

ତେବେ ଯାହାବି ହେଉ ଆଜି ମିଳିଥିବା ରିପୋର୍ଟ ଅନୁଯାୟୀ ରାହୁଲ ଏକ ନିଶ୍ଚିତ ବଡ଼ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ଏହି ରିପୋର୍ଟ ମିଳିବା ପରେ ରାହୁଲ ଗାନ୍ଧୀ ଟ୍ୱିଟ୍ଟ୍ କରି ଅସତୋ ମା ସତ୍ ଗମୟ…ମନ୍ତ୍ରଟିକୁ ଉଚ୍ଚାରଣ କରିଛନ୍ତି ।

Leave A Reply

Your email address will not be published.