Latest Odisha News

କେରଳ ବୁଲିବାକୁ ଚାହୁଁଛନ୍ତି କି? ଆଇଆରସିଟିସି ଆଣିଛି ସର୍ବୋତ୍ତମ ଟୁର୍ ପ୍ୟାକେଜ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ବେଳେ ବେଳେ ଅନେକ ଟୁର୍ ପ୍ୟାକେଜ୍ ଆଣିଥାଏ। ଯେଉଁଥିରେ ବିମାନ ଯାତ୍ରାଠାରୁ ଆରମ୍ଭ କରି ରହଣି ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ଯୋଗାଇଥାଏ। ଏଥର ଆଇଆରସିଟିସି କେରଳ ଟୁର ପ୍ୟାକେଜ ଆଣିଛି ଯେଉଁଥିରେ ଯାତ୍ରୀମାନେ ୬ ରୁ ୭ ଦିନ ଯାଏଁ କେରଳର ସୁନ୍ଦର ପ୍ରକୃତିକୁ ଉପଭୋଗ କରିପାରିବେ। ତେବେ ଚାଲନ୍ତୁ ଏହି କେରଳ ଟୁର୍ ପ୍ୟାକେଜ୍ (India travel destination) ବିଷୟରେ ଜାଣିବା। ଆପଣ ମଧ୍ୟ ଏହି ପ୍ୟାକେଜର ଲାଭ ଉଠାଇ ପାରିବେ।

କେରଳ ଟୁର୍ ପ୍ୟାକେଜରେ ସୁବିଧା –
ଏହି ଯାତ୍ରା ଅକ୍ଟୋବର ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ରହିବ। ଏହା ଲକ୍ଷ୍ନୌ ବିମାନବନ୍ଦରରୁ କୋଏମ୍ବଟୁରରୁ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଯାତ୍ରୀମାନଙ୍କ ପାଇଁ କୋଏମ୍ବଟୁରର ତିନି ତାରା ହୋଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁଠାରେ ଆଇଆରସିଟିସି ଦ୍ୱାରା ସକାଳ ଜଳଖିଆ ଏବଂ ରାତ୍ରୀ ଭୋଜନ ବ୍ୟବସ୍ଥା କରାଯାଇଛି।

ଏହି ଟୁରରେ ମୁନ୍ନାରର ଚିଆପାରା ଜଳପ୍ରପାତ, ପୁନରଜାନୀ ସାଂସ୍କୃତିକ କାର୍ଯ୍ୟକ୍ରମ, ଇରାବିକୁଲମ୍ ଜାତୀୟ ଉଦ୍ୟାନ, କୁଣ୍ଡଲା ଡ୍ୟାମ୍ ହ୍ରଦ, ମଟ୍ଟୁପଟ୍ଟି ଡ୍ୟାମ୍, ଇକୋ ପଏଣ୍ଟ, ଥକେଡ୍ଡୀରେ ପେରିୟାର୍ ବନ୍ୟଜନ୍ତୁ ଅଭୟାରଣ୍ୟ, ସ୍ପାଇସ ପ୍ଲାଷ୍ଟେସନ ଉଦ୍ୟାନ, ଆଲୁପିରେ ସମୁଦ୍ରକୂଳ ଏବଂ ଆଦିୟୋଗୀ ଶିବ ପ୍ରତିମୂର୍ତ୍ତି ସ୍ଥାନ ସାମିଲ ରହିବ।

ଟୁର୍ ପ୍ୟାକେଜ୍ ଭଡା-
କେରଳ ଟୁର ପ୍ୟାକେଜରେ ମୁଣ୍ଡପିଛା ୬୪୨୦୦ ଟଙ୍କା ରହିବ। ସେହି ସମୟରେ ଯଦି ଆପଣ ଦୁଇ ଜଣ ବ୍ୟକ୍ତିଙ୍କ ପ୍ୟାକେଜ୍ ନିଅନ୍ତି, ତେବେ ଏହା ପ୍ରତ୍ୟେକ ବ୍ୟକ୍ତି ପିଛା ୪୯୯୦୦ ଟଙ୍କା ହେବ। ତିନି ଜଣଙ୍କ ପାଇଁ ଟୁର୍ ପ୍ୟାକେଜ୍ ଜଣଙ୍କ ପ୍ରତି ୪୭୨୦୦ ଟଙ୍କା ହେବ। ଏହା ପ୍ୟାକେଜର ନାମ ‘ପହେଲ ଆଓ ପହଲେ ପାଓ’ ରହିଛି। ଆପଣ ଏହି ଟୁର୍ ପ୍ୟାକେଜ୍ ଲକ୍ଷ୍ନୌର IRCTC କାର୍ଯ୍ୟାଳୟରେ ଏବଂ IRCTC ୱେବସାଇଟରେ ବୁକ୍ କରିପାରିବେ।

Leave A Reply

Your email address will not be published.