Latest Odisha News

BREAKING NEWS

ପୁନର୍ବାର ଏକତ୍ର ହେଲେ ଧନୁଷ-ଐଶ୍ଚର୍ଯ୍ୟା

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଚର୍ଚ୍ଚିତ ଯୋଡି ସୁପରଷ୍ଟାର ଧନୁଷ ଓ ଐଶ୍ଚର୍ଯ୍ୟା ରଜନୀକାନ୍ତ ପୁନର୍ବାର ଏକତ୍ର ହେବା ପାଇଁ ନିଷ୍ପତି ନେଇଛନ୍ତି । ମତଭେଦ ଯୋଗୁ ଜାନୁୟାରୀରେ ଉଭୟ ଛାଡପତ୍ର ଦେବା ପାଇଁ ସ୍ଥିର କରିଥିଲେ । ପରିବାର ପାଇଁ ସେମାନେ ତାଙ୍କ ନିଷ୍ପତିରେ ପରିବର୍ତନ କରିବା ସହ ଆଉ କିଛି ଦିନ ଏକତ୍ର ରହିବେ ବୋଲି ସ୍ଥିର କରିଛନ୍ତି । ତେବେ ଧନୁଷ କିମ୍ବା ଐଶ୍ଚର୍ଯ୍ୟା ଏ ନେଇ ନିଜ ତରଫରୁ କିଛି କହି ନାହାନ୍ତି । ରଜନୀକାନ୍ତଙ୍କ ଘରେ ଉଭୟ ପରିବାର ଏକତ୍ର ହୋଇ ଆଲୋଚନା କରିଥିଲେ । ସେଠାରେ ଉଭୟ ସେମାନଙ୍କ ସମ୍ପର୍କକୁ ମଜଭୁତ କରିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ।

ଜାନୁୟାରୀରେ ଧନୁଷ ସୋସିଆଲ ମିଡିଆରେ ଲେଖିଥିଲେ ୧୮ ବର୍ଷର ବନ୍ଧୁତା, ଯୋଡୀ, ବାପା-ମାଆ ରୂପରେ ଆମ ପରସ୍ପରର ଶୁଭଚିନ୍ତକ ହୋଇ ରହିଥିଲୁ । ମାତ୍ର ଏବେ ଆମେ ଯେଉଁ ସ୍ଥାନରେ ଛିଡା ହୋଇଛୁ ସେଠାରେ ରାସ୍ତା ଅଲଗା ହେଇଯାଉଛି । ଐଶ୍ଚର୍ଯ୍ୟା ଓ ମୁଁ ଅଲଗା ହେବା ପାଇଁ ନିଷ୍ପତି ନେଇଛୁ । ଦୟାକରି ଆମ ନିଷ୍ପତିକୁ ଆପଣମାନେ ସମ୍ମାନ ଦିଅନ୍ତୁ ।

Leave A Reply

Your email address will not be published.